ସହିଦ ଓଡ଼ିଆ ଯବାନ ଙ୍କ ଗ୍ରାମାଞ୍ଚଳ ସୁରକ୍ଷା ସମିତି ଗଭୀର ଶ୍ରଦ୍ଧାଞ୍ଜଳି
ଫୁଲବାଣୀ, (ସୁନିଲ କୁମାର ବେହେରା) ଭାରତ ଚୀନ ର ବିବାଦୀୟ ସୀମା ଲଦାଖର ଘାଟିରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ୨୦ଜଣ ଭାରତୀୟ ଯବାନ ମୃତ୍ୟୁ ବରଣ କଲେ , ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ବୀର ଓଡ଼ିଆ ପୁଅ, କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା ର ନଁଦୂରାମ ସୋରେନ ଯିଏକି ଦେଶମାତୃକା ଙ୍କ ପାଇ ଶତ୍ରୁ ସହିତ ଦୃଢ଼ ଭାବେସଂଘର୍ଷ କରି ପ୍ରାଣବଳି ଦେଇ ଗଲେ , ତାଙ୍କର ଆତ୍ମବଳି ପାଇଁ କନ୍ଧମାଳ କାହିଁକି ସାରା ଓଡିଶା , ସମଗ୍ର ଓଡ଼ିଆଜାତି ର ଗର୍ବରେ ଛାତି ଫୁଲିଉଠୁଛି , ଆଜି ନେତା ଜନତା ସମସ୍ତେ ମର୍ମାହତ , ଶୋକରେ ଜର୍ଜରିତ, ତଥାପି ସହିଦ ଚନ୍ଦ୍ରକାନ୍ତ ଓ ତାଙ୍କ ପରିବାର ପ୍ରତି ପଲ୍ଲୀରୁ ସହର ପର୍ଯ୍ୟନ୍ତ ସମସ୍ତେ ସମବେଦନା ଜଣାଇବା ସଂଗେ ସ୍ବର୍ଗୀୟ ଆତ୍ମାର ସଦଗତି ପାଇଁ କନ୍ଧମାଳ ଜିଲ୍ଲା ର ଗ୍ରାମାଞ୍ଚଳ ସୁରକ୍ଷା ସମିତି ର ସଭାନେତ୍ରୀ ତଥା ଗୁଡାରି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି କହଁର, ଶ୍ରୀ ପୁରାଣ ବେହେରା ସମ୍ପାଦକ , ବରୁଣ ବେହେରା , ଉପସଭାପତି , ଶ୍ରୀ ଦୁର୍ବାସା ସେଠି ମୁଖ୍ୟ ଉପଦେଷ୍ଟା , ଏବଂ ଶ୍ରୀ ତ୍ରିନାଥ ମାଝୀ ଅବସର ପ୍ରାପ୍ତ ସୈନିକ ଙ୍କ ନେତୃତ୍ୱ ରେ ସହସ୍ରଧିକ ପୁରୁଷ ମହିଳା ମାନଙ୍କ ଏକ କେଣ୍ଡାଲ ଶୋଭାଯାତ୍ରା ମାଦି କୁନ୍ଦା ଛକରୁ ବାହାରି ଫୁଲବାଣୀ ମୁଖ୍ୟ ସହର ଦେଇ ଗୋପବନ୍ଧୁ ଛକରେ ପହଞ୍ଚିଥିଲା , ଶୋଭାଯାତ୍ରା ଯାଉଥିବା ସମୟରେ ରାସ୍ତାର ଉଭୟ ପାର୍ଶରେ ଥିବା ସମବେତ ଜନତା ଦୁଃଖରେ ଅଭିଭୂତ ହୋଇପଡିଥିବା ଦେଖାଯାଇଥିଲା , ସମସ୍ତଙ୍କ ମୁହଁରୁ ଶୁଭୁଥିଲା ଚନ୍ଦ୍ରକାନ୍ତ ଅମର ରହେ ,, ଚନ୍ଦ୍ରକାନ୍ତ ଅମର ରହେ ,, ଭାରତ ମାତାକି ଜୟ ଧ୍ୱନିରେ ଫୁଲବାଣୀ ସହର ପ୍ରକମ୍ପିତ ହେଉଥିଲା , ଶୋଭାଯାତ୍ରା ଗୋପବନ୍ଧୁ ଛକରେ ପହଞ୍ଚିସାରିବାପରେ ଚନ୍ଦ୍ରକାନ୍ତ ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯାଇ ଥିଲା ଶେଷରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଜନତାଙ୍କୁ ସଭାନେତ୍ରୀ ଗୀତାଞ୍ଜଳି କହଁର ସାଧୁବାଦ ଜଣେଇ ଶୋଭାଯାତ୍ରା ର ସମାପ୍ତି ଘେଷଣା କରିଥିଲେ।