ସହିଦ ଭଗତସିଂ ଡିଗ୍ରି କଲେଜ଼ରେ କର୍ମଶାଳା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ସହୀଦ ଭଗତସିଂ ଡିଗ୍ରି ମହାବିଦ୍ୟାଳୟରେ ” ଶିକ୍ଷାନୁଷ୍ଠାନ ରେ ମାନସିକ ଚାପ ମୁକ୍ତ ପରିବେଶ ” ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନିଷ୍ଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳାରେ ନିଷ୍ଟବିଶ୍ୱବିଦ୍ୟାଳୟର ଦିନ ଅଫ ମେନେଜ଼ମେଣ୍ଟ ଆଣ୍ଡ ଲିବେରାଲ ଆର୍ଟସ ଡ଼ଃ. ସବ୍ୟସାଚୀ ରଥ, ଇଂରାଜୀ ବିଭାଗର ସହ ପ୍ରଫେସର ମିନାକ୍ଷୀ ଦାସ, ଯୁକ୍ତଦୁଇ ସହିଦ ଭଗତସିଂ ର ଇଂରାଜୀ ଅଧ୍ୟାପକ ଡ଼ଃ. ଭଗବାନ ତ୍ରିପାଠୀ, ଯୋଗଦେଇ ଶିକ୍ଷାକ୍ଷେତ୍ରରେ ଦିନକୁ ଦିନ ବିଦ୍ୟାର୍ଥି ମାନେ କିପରି ମାନସିକ ଦୁଶ୍ଚିନ୍ତାରେ ଗତି ବିଭିନ୍ନ ପ୍ରକାର ଭୁଲ ପଦକ୍ଷେପ ଗ୍ରହଣ କରୁଛନ୍ତି କହିବା ସହ ଏଥିରୁ କିପରି ମୁକ୍ତି ପାଇବେ ସେନେଇ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ସଂଘର୍ଷମୟ ଜୀବନକୁ ସାହାସର ସହିତ ସାମ୍ନା କରିପାରିବେ ସେନେଇ ଆଲୋକପାତ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ପଟ୍ଟନାୟକ ସଭାପତିତ୍ୱ ଅନୁଷ୍ଠିତ ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଲିଙ୍ଗରାଜ ସାହୁ, ବସନ୍ତଗୌଡ଼,ଅଧ୍ୟାପିକା,ଏମ.ପଦ୍ମାବତୀ,ଜୟନ୍ତୀ ବେହେରା,ଅଧ୍ୟାପକଆଖଣ୍ଡଳମଣି ବେହେରା, ଦେବୀପ୍ରସାଦ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେଅଧ୍ୟାପକ ଆନନ୍ଦ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସହିଦ ଭଗତ ସିଂ ମହାବିଦ୍ୟାଳୟ ବିଦ୍ୟାର୍ଥି ଓ ନିଷ୍ଟ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥି ମାନେ ଅଂଶ ଗ୍ରହଣ କରିଥିଲେ। ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।