ସହିଦ ଭଗତ ସିଂଙ୍କ ପୁର୍ଣ୍ୟ ଜନ୍ମତିଥି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସହିଦ ଭଗତ ସିଂ ଙ୍କ ପୁର୍ଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି | ଚଣ୍ଡିଗଡ ଏଆରପୋର୍ଟ ସହିଦ ଭଗତ ସିଂ ଙ୍କ ନାମ ରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମି ରେ ୨୦ ଫୁଟ ଓସାର ବିଶିଷ୍ଟ ସହିଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି ବାଲୁକା କଳାଟି ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ “A Tribute to Saheed Bhagat Singh ” ର ବାର୍ତ୍ତା ଦେଇଛନ୍ତି | ତତସହିତ ସହିଦ ଭଗତ ସିଂ ନିଜ ଜୀବନ କୁ ପାଣି ଛଡାଇ ଦେଶ ମାତୃକା ପାଇଁ ଲଢ଼ିଥିଲେ ସେହିପରି ଆମ ଦେଶ ର ଯବାନ ମାନେ ନିଜ ଜୀବନ କୁ ପାଣି ଛଡାଇ ଆମର ସୁରକ୍ଷା ପାଇଁଜୀବନ କୁ ବାଜି ଲଗାଉଛନ୍ତି ସେହି ବୀର ପୁରୁଷ ମାନଙ୍କୁ ସତ ସତ ନମନ କରି ବାଲୁକା କଳା ମାଧ୍ୟ୍ୟମରେ ସେମାନଙ୍କୁ ସଂମାନ ଜଣାଇଛନ୍ତି | ସେ ଏହି ଆର୍ଟ କୁ ଇଣ୍ଡିଆନ ଆର୍ମି soldiers ମାନଙ୍କୁ dedicate କରିଛନ୍ତି |