ସହିଦ ଭଗବତସିଂ ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ ପରିଚାଳନା କମିଟିର ସଭାପତି ହେଲେ ତ୍ରିଲୋଚନ ତ୍ରିପାଠୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ସ୍ଥିତ ସହିଦ ଭଗବତସିଂ ଡ଼ିଗ୍ରୀ ମହାବିଦ୍ୟାଳୟର ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ନୂତନ ପରିଚାଳନା କମିଟି ସଭାପତି ରୂପେ ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ତ୍ରିପାଠି ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ତରଫରୁ ନୂତନ ସଭାପତି ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ମିନତୀ ପଟ୍ଟନାୟକ ଙ୍କ ପୋୖରହିତ୍ୟିରେ ଏହି ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରତିଷ୍ଠାତା ସଦସ୍ୟ ବଂଶୀଧର ଗୌଡ଼, ରାମଚନ୍ଦ୍ର ନାୟକ ଓ ରାମଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଆନନ୍ଦ ଗୌଡ଼, ଜୟନ୍ତୀ ବେହେରା, ଆଖଣ୍ଡଳମଣୀ ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ ଓ ଏନ୍. ପଦ୍ମାବତୀ ଏବଂ କଲେଜ କର୍ମଚାରୀ ତ୍ରିନାଥ ପ୍ରଧାନ,ତାରିଣୀ ଚରଣ ସ୍ବାଇଁ,ଜୟଦେବ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।।ଅଧ୍ୟାପକ ବସନ୍ତ ଗୌଡ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ,ଅଧ୍ୟାପକ ଲିଙ୍ଗରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ନୂତନ ପରିଚାଳନା କମିଟିର ସଭାପତି ତ୍ରିପାଠୀ ଜଣେ ଶିକ୍ଷାବିତ ସହ ଗଞ୍ଜାମ ବ୍ଳକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସିଛନ୍ତି। ତତ ସହିତ ବିଭିନ୍ନ ସାମାଜିକ , ସଂସ୍କୃତିକ , ଅନୁଷ୍ଠାନ ସହ ଜଡିତ ରହିବା ସହ ଶିକ୍ଷାକ୍ଷେତରେ ନିଜସ୍ୱ ପରିଚିତ ସୃଷ୍ଟି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ