ସହିଦ ଭାଗବତ ସିଂ ମହାବିଦ୍ୟାଳୟ ର ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡିଦେଉଳି ସ୍ଥିତ ସହିଦ ଭାଗବତ ସିଂ ମହାବିଦ୍ୟାଳୟ ରେ ଚାଲିଥିବା ନୂଆ-ଓ-ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ମିନତୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଳକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ବଂଶୀଧର ଗୌଡ଼,ପୁର୍ବତନ ସମିତି ସଭ୍ୟ ଗଗନ ସ୍ବାଇଁ ,ସମାଜସେବୀ ଅଭିରାମ ବେହେରା, ପ୍ରମୋଦିନି ସାହୁ, ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ମାନେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ଲିଙ୍ଗରାଜ ସାହୁ।ଏହାକୁ ଅଧ୍ୟାପକ ଆଖଣ୍ଡଳମଣି ବେହେରା, ଦେବୀପ୍ରସାଦ ପଟ୍ଟନାୟକ, ଏନ.ପଦ୍ମାବତୀ ରେଡ୍ଡୀ, ଜୟନ୍ତୀ ବେହେରା ଙ୍କ ପ୍ରମୁଖ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ଼. ଆନନ୍ଦ ଗୌଡ଼। ଶେଷରେ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ୍ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ