ସହିଦ ମନୋଜ ବେହେରାଙ୍କ ବଳିଦାନ ଦିବସ ପାଳିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଗତ ୨୦୧୯ ମସିହା ଫେବୃୟାରୀ ୧୪ ତାରିଖ ଦିନ ଜାମ୍ମୁକାଶ୍ମୀର ପୁୱାମା ଠାରେ ଆତଙ୍କବାଦୀ ଙ୍କ ବୋମା ବିସ୍ପୋରଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସହିଦ ହୋଇଥିବା ଯବାନ ମାନଙ୍କୁ କାଲି ଦେଶବାସୀ ତଥା ସେମାନଙ୍କ ପରିବାର ବର୍ଗ ଓ ସାଙ୍ଗସାଥି ମାନେ ମନେପକାଇ ସେମାନଙ୍କ ସ୍ମୃତି ଚାରଣ କରିଥିଲେ। ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ନିକଟସ୍ଥ ରତନପୁର ପଂଚାୟତ ର ଗଜାବର ଗ୍ରାମର ସହିଦ ମନୋଜ କୁମାର ବେହେରା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମରେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ତାଙ୍କ ସହପାଠୀ ମାନେ ଏକ ସ୍ମୃତିସଭା ର ଆୟୋଜନ କରିଥିଲେ। ଏହି ସ୍ମୃତି ସଭା ରେ ଶିକ୍ଷକ ଜଗମୋହ‌ନ ପାତ୍ର, ପ୍ରଭାତ କୁମାର ଦାଶ, ସହପାଠୀ ଅରୁଣାଭ କର,ଧନୂନ୍ଧର ମିଶ୍ର,ମନୋରଂଜନ ନନ୍ଦ, ନୀରଜଂନ ଜେଠୀ,ପ୍ରମୋଦ ସାହୁ,ଗଗନ ମଲ୍ଲିକ, ପଦ୍ମଚରଣ ଭୋଇ, ସତ୍ୟଭୂଷଣ ନାୟକ, ସୁବାସ ସାହୁ, ସୁରେଶ ସାହୁ , କବି ସେଠୀ ପ୍ରମୁଖ ଉପସ୍ଥିତ ରହି ସହିଦଙ୍କ ସ୍ମୃତି ଚାରଣ କରିଥିଲେ । ସହିଦ ମନୋଜ ଅମର ରହେ ଧ୍ୱନିରେ ସାରା ଅଂଚଳ ପ୍ରକମ୍ପିତ ହୋଇପଡିଥିଲା । ସେହିପରି ତାଙ୍କ ବାସଭବନ ରତନପୁର ଗଜାବର ଠାରେ ପରିବାର ପକ୍ଷରୁ ସହିଦ ବଳୀଦାନ ଦିବସ ପାଳନ ଅବସରରେ ଆତ୍ମାରାମ ବାଳାଶ୍ରମ ନୂଆ ଗାଁ ମଠର ଗଣେଷ ବାବା ଓ ସଦସ୍ୟ ମାନେ ପହଂଚି, ସହିବଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନାମ ସଂର୍କୀତନ ଓ ଗୀତାପାଠ କରିଥିଲେ । ସହିଦ ପୁଅର କଥାକୁ ମନେ ପକାଇ ବୃଦ୍ଧ ପିତାମାତା ଓ ପରିବାରବର୍ଗଙ୍କ ଆଖି ରୁ ଏବେ ବି ଲୁହ ଝରୁଛି । ସେହିପରି ନିମାପଡା କଲେଜରେ ମନୋଜଙ୍କ ସହିତ ସାଙ୍ଗ ହୋଇ ପଢୁଥିବା ସହପାଠୀ ଓ ନିରାଶ୍ରୟ ସେବାଶ୍ରମର ସଦସ୍ୟ ମାନେ ସହିଦ ମନୋଜ ଙ୍କ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ