ସହିଦ ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଶୋଭାଯାତ୍ରା

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ପଢ଼ିଆରିପଲ୍ଲି ପଞ୍ଚାୟତର କାହାଳିଆଗଡିଆ ଠାରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ ଚୀନ ସୀମାନ୍ତରେ ସହିଦି ହୋଇଥିବା ୨୦ଜଣ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ୪ଦିନ ତଳେ ଚୀନ ସେନାଙ୍କ ସହିତ ଲଢ଼େଇକରି ମୃତ୍ୟୁବରଣ କରିଥିବା ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏସିବି ଫାଉଣ୍ଡେସର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରନ୍ଦ୍ର କୁମାର ବେହେରା, କେଶବ ଚନ୍ଦ୍ର ବେହେରା, ସୌଭାଗ୍ୟ ସାହୁ, ସୌରଭ ସାହୁ, ଶ୍ରୀକାନ୍ତ ବେହେରା, ପ୍ରଶାନ୍ତ ବେହେରା, ଶିବ ପ୍ରସାଦ ବେହେରା, ଜଗନ୍ନାଥ ବେହେରା, ଗୌରହରି ବେହେରା, ନିଶିକାନ୍ତ ବେହେରାଙ୍କ ସମେତ କୁରାଢ଼ିଘସା ଓ କାହାଳିଆଗଡିଆର ଯୁବକମାନେ ଯୋଗଦେଇ ସହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଚୀନ ପ୍ରସ୍ତୁତ ସାମଗ୍ରୀ ବର୍ଜନ କରିବାପାଇଁ ଗ୍ରାମବାସୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଛାତ୍ରନେତା ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ଆଗରପଡା ଠାରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ସହିଦ ଯବାନଙକକ ଅମର ଆତ୍ମାର ସଦଗତି ନିମନ୍ତେ ସାମାଜିକ ଦୁରତା ରକ୍ଷାକରି ଏକ ମିନିଟ ନୀରବ ପ୍ରାର୍ଥନା ସହ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ