ସହିଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡଲ ଶୋଭାଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ ) :-ପୁଲୱାମା ଆକ୍ରମଣରେ ସହିଦ ବୀର ଜୱାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୪ଫେବୃୟାରୀ ୨୦୧୯ରେ ଆତଙ୍କବାଦୀ ଆକ୍ରମଣରେ ଆମ ଦେଶ ୪୦ଜଣ ବୀର ଯୱାନଙ୍କୁ ହରାଇଥିଲା । ତାହା ଆମେଦେଶ ପାଇଁ ଅବିସ୍ମରଣୀୟ, ଯାହାକୁ ଏଦେଶର ନାଗରିକ ମାନେ ଭୁଲିପାରିବେ ନାହିଁ । ବୀର ଯୱାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ । ଏଥିରେ ଯୁବ ସାମ୍ବାଦିକ ପ୍ରବୀର କୁମାର ନାୟକ, ଦେବାଶିଷ ସୁତାର, ନିଶାନ୍ତ କୁମାର ନାୟକ, ଧୁଶାସନ ସୁତାର, ସତ୍ୟ ପ୍ରକାଶ ଖୁଣ୍ଟିଆ, ହରିହର ଧଳ, ନରହରି ସେନାପତିଙ୍କ ସମେତ ବହୁ ଯୁବକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ