ସହିଦ ରେଣ୍ଡୋମାଝୀ ନାମରେ ନାମିତ ହେଲା କଳାହାଣ୍ଡି ମେଡିକାଲ କଲେଜ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଚଳିତ ଶିକ୍ଷା ବର୍ଷ ଠାରୁ ୧୦୦ ସିଟ ବିଶିଷ୍ଟ କଳାହାଣ୍ଡି ସରକାରୀ ମେଡିକାଲ କଲେଜ କୁ ରାଜ୍ୟସରକାର କଳାହାଣ୍ଡି ମୁକ୍ତିସଂଗ୍ରାମ ର ପୁରିଧା ସହିଦ ରେଣ୍ଡୋ ମାଝୀ ର ନାମରେ ନାମିତ କରିଛନ୍ତି ।କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ପରେ ଭବାନୀପାଟଣା ଉପକାଣ୍ଠ ଭାଙ୍ଗବାରୀ ଠାରେ ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ନ୍ୟାସ କରିବା ପରେ ଯୁଦ୍ଧକାଳୀନ ଭିତିରେ କଲେଜ ବିଲଡିଂ ତିଆରି ହୋଇ ଚଳିତ ବର୍ଷ ଠାରୁ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।ତେବେ ଏହି କଲେଜ ସରକାରୀ ମେଡିକାଲ କଲେଜ ନାମରେ ନାମିତ ଥିବା ବେଳେ କଳାହାଣ୍ଡି ବାସୀ ଏହି କଲେଜର ନାମ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ନାମରେ ନାମିତ କରିବା ପାଇଁ ଦାବି କରୁଥିଲେ । ଯାହାକୁ ଆଜି ରାଜ୍ୟ ସରକାର କାର୍ଯ୍ୟକାରୀ କରି କଳାହାଣ୍ଡି ମେଡିକାଲ କଲେଜ କୁ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମିତ କରିଛନ୍ତି ବୋଲି ରାଜ୍ୟସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଡ ରେ ଘୋଷଣା କରାଯାଇଛି । ସରକାରଙ୍କ ଏହି ନିଷ୍ପତି କୁଜିଲ୍ଲାବାସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ