ସହୀଦ ନୁନ୍ଦୁରାମଙ୍କୁ ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘର ଶ୍ରଦ୍ଧାଞ୍ଜଳୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ସ୍ଥାନୀୟ ରାଇରଙ୍ଗପୁର ହାଇସ୍କୁଲ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଭାରତ-ଚୀନ୍ ସୀମାନ୍ତ ଗଲୱାନ ଘାଟି ରେ ସହୀଦ ହୋଇଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ଶୋକସଭା ଆୟୋଜନ କରାଯାଇଥିଲା ।ସହୀଦ ହୋଇଥିବା ୨୦ଜଣ ଯବାନଙ୍କ ମଧ୍ଯରେ ନାଏବ ସୁବେଦାର ନୁଦୁରାମ୍ ସୋରେନ ଅନ୍ୟତମ ।ସେ ରାଇରଙ୍ଗପୁର ହାଇସ୍କୁଲରୁ ୧୯୯୩ ମସିହାରେ ମ୍ଯାଟ୍ରିକ ପାସ୍ ପରେ, ସମୟ କ୍ରମେ ଭାରତୀୟ ୧୬- ବିହାର ରେଜିମେଣ୍ଟରେ ଯବାନ ଭାବେ ଯୋଗ ଦେଇଥିଲେ ।ଛାତ୍ରାବସ୍ଥାରେ ବିଦ୍ୟାଳୟ ର ଜଣେ ଶୃଙ୍ଖଳିତ ଏନ୍ ସି ସି କ୍ଯାଡେଟ୍ ରହି ଦେଶମାତୃକାର ସେବା ପାଇଁ ପ୍ରେରଣା ପାଇଥିଲେ ।ପୁରାତନ ଛାତ୍ର ସଂଘର ସଭାପତି ଡଃ ସ୍ୱୟଂମ୍ବର ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ, ସଂଘ ର ସଦସ୍ୟ ବିଜୟ ରାମ,କାଳିପ୍ରସନ୍ନ ମହାନ୍ତି,ରଞ୍ଜନ କୁମାର ନନ୍ଦ,ସୂର୍ଯ୍ୟକାନ୍ତ ଘଣା,ଲକ୍ଷ୍ମଣ କୁମାର ମାର୍ଣ୍ଣି,କିଶୋର ରଜକ,ରିତେଶ ଆଠଘରା,ଦିନେଶ ବେହେରା,ରାଇରଙ୍ଗପୁର ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ ମହାନ୍ତ ଓ ନୁଦୁରାମ୍ ସୋରେନଙ୍କ ସହପାଠୀ ମାନେ ଉପସ୍ଥିତ ରହି ଅମର ଆତ୍ମା ମାନଙ୍କର ସଦ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।।ଗଲୱାନ ଘାଟିରେ ନୁଦୁରାମଙ୍କ ସହ ୧୬- ବିହାର ରେଜିମେଣ୍ଟର ଯବାନମାନେ ଚୀନ୍ ସେନାର ମୁହଁ ତୋଡ ଯବାବଦେଇ ଭାରତୀୟ ମୂଲ୍ୟବୋଧ ର ସୁରକ୍ଷା ସହ ଅପୂର୍ବ ସାହସିକତା ପ୍ରଦର୍ଶନ ପୂର୍ବକ ପ୍ରାଣଦାନକୁ ଉପସ୍ଥିତ ସମସ୍ତେ ନିଜ ନିଜ ବକ୍ତବ୍ୟ ମାଧ୍ୟମର ଉଚ୍ଚପ୍ରଶଂସା କରିଥିଲେ ଏବଂ ନୁଦୁରାମଙ୍କ ପାଇଁ ଆଜି ରାଇରଙ୍ଗପୁର ମାଟି ସବୁ ଭାରତୀୟ ମାନଙ୍କ ନିକଟରେ ପରିଚିତ ହେଲା ବୋଲି ପ୍ରକାଶ କରିଥିଲେ ।ଶେଷରେ ପୁରାତନ ଛାତ୍ର ତଥା ଏନ.ସି.ସି.(ବାୟୁ ବାହିନୀ) ଅଧିକାରୀ ରଞ୍ଜନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ