ସହୀଦ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜାଦୀ କା ଅମୃତ ମହୋତ୍ସବ

ଗଂଜାମ, (ବିନୋଦପଲେଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ର ସହୀଦ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଗତ ୧୦-୦୮-୨୨ ରିଖ ଠୁ ୧୩-୦୮-୨୨ ରିଖ ତିନି ଦିନ ଧରି ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବର ପ୍ରଥମ ଦିବସ ରେ କଲେଜ ଅଧ୍ୟକ୍ଷା ଙ୍କ ସହିତ ଅଧ୍ୟାପକ , ଅଧ୍ୟାପିକା , ଛାତ୍ରଛାତ୍ରୀ ମିଶି ହର ଘର ତୀରଙ୍ଗ କା ଅମୃତ ମହୋତ୍ସବ କୁ ଖଣ୍ତଦେଉଳି ଗ୍ରାମ ସହ CHC ଖଣ୍ଡଦେଉଳି ମେଡିକାଲ କୁ ଯାଇ ଡାକ୍ତର ସୌମ୍ୟରଂଜନ ମହାପାତ୍ର ଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ। ଉତ୍ସବର ଦ୍ୱିତୀୟ ଦିବସ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଅମୃତ ମହୋତ୍ସବ ର ୩ୟ ଦିବସ ରେ ଉତ୍ସାହିତ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ନାଚ ଓ ଗୀତ ର ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଭାଗ ନେଇ ନିଜେ ନିଜର ଦକ୍ଷତା କୁ ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତା ର ଫଳାଫଳ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅଗଷ୍ଟ ୧୫ ତାରିଖ ଦିନ କରାଯାଇଥିଲା । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୬ତମ ସ୍ୱାଧୀନତା ଦିବସ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୁକ୍ତ ୨ ଓ ଯୁକ୍ତ ୩ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସମେତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମାନେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ନିଜ ନିଜର ଅଭିଭାଷଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସର ରେ ପୂର୍ବ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ କଲେଜ ଅଧ୍ଯକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏବଂ ଯୁକ୍ତ ୨ କଲେଜ ର ଅଧ୍ୟକ୍ଷ ଦିବାକର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। କଲେଜ ର ଅନ୍ୟାନ୍ୟ ଅଧ୍ୟାପକ ମାନେ ଯୋଗ ଦେଇ ଏବଂ ସାହାଯ୍ୟ ଓ ସହଯୋଗ କରି କାର୍ଯ୍ୟକ୍ରମ ସଫଳ କରିଥିଲେ। ଏଥିରେ NSS ର ପ୍ରୋଗ୍ରାମ୍ ଅଫିସର ଏବଂ ଯୁବ ରେଡକ୍ରସ୍ ସଂଯୋଜିକା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ