ସାଂସଦଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ବସ୍ତା ବ୍ଲକ ଅନ୍ତର୍ଗତ ଗହିରସିମୁଳି ଗ୍ରାମ ସମ୍ପୂର୍ଣ ରୂପେ ଜଳ ଘେରରେ ରହିଥିବାର ଖବର ପାଇ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବସ୍ତା ନିର୍ବାଚନ ମଣ୍ଡଳୀ ନେତା ରଘୁନାଥ ମହାନ୍ତି, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଧିରେନ ସେଠି, ପ୍ରକାଶ କୁଣ୍ଡୁ, ତପନ ବେହେରା, ସୂର୍ଯ୍ୟନାରାୟ ସାହୁ, ଦିବାକର ରାଉତ, ନିହାର ରଞ୍ଜନ ବେହେରା ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଉକ୍ତ ଗ୍ରାମକୁ ଯାଇ ପ୍ରତି ଘର ଘର ବୁଲି ଦେଖିଛନ୍ତି। ବୁଲିବା ସମସ୍ତଙ୍କ ଘରେ ବର୍ଷା/ବନ୍ୟା ପାଣି ପଶି ଥିବାର ପରିଲକ୍ଷିତ ହୋଇଛି । ଲୋକ ମାନେ ବହୁତ କଷ୍ଟରେ କାଳାତିପାତ କରୁଛନ୍ତି, ଧାନ ଚାଉଳ ଓଦା ହୋଇଯାଇଛି, ମାଟିକାନ୍ଥ ଗଡ଼ିପଡିଛି l ଏପର୍ୟ୍ଯନ୍ତ ବିଡ଼ିଓ , ତହସିଲଦାର ବା ଅନ୍ୟ କୌଣସି ଅଧିକାରୀ ଯାଇନାହାନ୍ତି, କୌଣସି ସରକାରୀ ସାହାୟତା ମିଳିନାହିଁ ରନ୍ଧା ଖାଦ୍ୟ ବା ଶୁଖିଲା ଖାଦ୍ୟ ମିଳିନାହିଁ l ଚାରିପଟ ବୁଲିଦେଖିବା ପରେ ଏହା ଏକ ମାନବକୃତ ବନ୍ୟା ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। କେତେକ ପ୍ରଭାବଶାଳୀ, ଧନବାନ ବ୍ୟକ୍ତି ଙ୍କର ଅହଂକାର ପୂର୍ତ୍ତ ଯନ୍ତ୍ରୀଙ୍କର ଦାୟିତ୍ୱ ହୀନତା ଓ ପ୍ରଶାସନିକ ନିଷ୍କ୍ରିୟତା ପାଇଁ ଗରିବ ଲୋକ ମାନେ ଆଜି ଜୀବନ ମରଣ ସଂଗ୍ରାମ କରୁଛନ୍ତି l ଜଳ ପ୍ରବାହର ଯଥାର୍ଥ ଆକଳନ ନକରି ପୋଲର ଉଚ୍ଚତାକୁ କମ୍ କରିଥିବାରୁ ବନ୍ୟା ପ୍ରକୋପ ଅଧିକ ହେଉଛି l ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ବେଆଇନ ଜବରଦଖଲ କରି ମାଟି ପକାଇ ପୋତି ଦେବା, ତାଉପରେ ପକ୍କା ଘର ବା ପ୍ରlଚୀର ନିର୍ମାଣ କରିବା, ପୋଲର ମୁହଁକୁ ପକ୍କା କାନ୍ଥ ଦ୍ୱାରା ବନ୍ଦ କରିଦେବା କାରଣରୁ ଜଳର ସ୍ୱାଭାବିକ ଗତିପଥ ଅବରୋଧ ହେଉଥିବାରୁ ଜଳକା ନଦୀରେ ବର୍ଷା ଯୋଗୁଁ ପ୍ରବଳ ବନ୍ୟା ଆସୁଛି ଓ ଆଖ ପାଖ ଗାଁ ଗୁଡିକ ଜଳମଗ୍ନ ହେଉଅଛି l ଜଳକା ନଦୀବନ୍ଧ ମଧ୍ୟ୍ୟ ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇଛି, ଏହି ବନ୍ଧ ଭାଙ୍ଗିଲେ ଶହଶହ ଗାଁ ଭାସିଯିବ, ଅନ୍ୟାନ୍ୟ ଗାଁର ଅବସ୍ଥା ମଧ୍ୟ ତଦ୍ରୁପ l ପ୍ରଭାବିତ ଲୋକଙ୍କୁ କିଛି ଶୁଖିଲା ଖାଦ୍ୟ ବିତରଣ କରିବା ସହିତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଫୋନ୍ ଯୋଗେ ଏଠାକୁ ଆସି ଘଟଣାର ଅନୁଧ୍ୟାନ କରି ଆଜି ଭିତରେ ପଲିଥିନ ଓ ଖାଦ୍ୟ ଯୋଗେଇ ଦେବା ପାଇଁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେବା ସହିତ ସମସ୍ତ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି l ତତ୍ସଦିତି ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଶୀଘ୍ର କେନାଲ ଓ ସମସ୍ତ ଜଳ ମାର୍ଗକୁ ପରିଷ୍କାର କରିବା ପାଇଁ ନିର୍ଦେଶ ଦେଇଛନ୍ତି। National Highways Authority of India – NHAI କର୍ତ୍ତୃପକ୍ଷ, ତହସିଲଦାର, ସ୍ଥାନୀୟ ପୋଲିସ ଓ ବିଡ଼ିଓଙ୍କୁ ନେଇ ଏକ ବୈଠକ ତୁରନ୍ତ ଡାକି ଏ ସବୁ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ