ସାଂସଦଙ୍କ ହସ୍ତକ୍ଷେପରେ ବିଦେଶରୁ ଆସିଲା ଶବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରଦପୁର ବ୍ଲକ ଅନ୍ତର୍ଗତ ବଡବେତରା ପଂଚାୟତର କୁସୁନପୁର ଗ୍ରାମର ପ୍ରଭାତ କୁମାର ବାରିକ କତାରର ଦୋହା ନଗରୀରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଚଳିତ ମାସ ୧୬ ତାରିଖରେ ସେଠାରେ ପ୍ରଭାତଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଯାଇଥିଲା । ବିଦେଶରୁ ତାଙ୍କ ଶବ ଗ୍ରାମକୁ ଆଣିବା ନିମନ୍ତେ ଆବଶ୍ୟକ ଖର୍ଚ୍ଚ ବହନ କରିବା ପରିବାର ପକ୍ଷରେ ଅସମ୍ଭବ ହୋଇପଡିଥିଲା । ଏସମ୍ପର୍କରେ ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ପରିବାର ପକ୍ଷରୁ ଭେଟି ଶବ ଆଣିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ନିବେଦନ କରାଯାଇଥିଲା । ସାଂସଦଙ୍କ ହସ୍ତକ୍ଷେପ ଫଳରେ ମଙ୍ଗଳବାର ପ୍ରଭାତଙ୍କ ଶବ କତାରରୁ ଆସି ଏଠାରେ ପହଁଚିଥିବା ସୂଚନା ମିଳିଛି । ଏନେଇ ପରିବାର ପକ୍ଷରୁ ସାଂସଦ ଓ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ