ସାଂସଦମାନଙ୍କ ନିମନ୍ତେ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାଂସଦମାନଙ୍କ ନିମନ୍ତେ ନିର୍ମିତ ବହୁତଳ ଫ୍ଲାଟଗୁଡ଼ିକର ଉଦଘାଟନ କରିଛନ୍ତି । ଏହିସବୁ ଫ୍ଲାଟ ନୂଆଦିଲ୍ଲୀର ଡକ୍ଟର ବି ଡ଼ି ମାର୍ଗରେ ନିର୍ମିତ ହୋଇଛି । ୮୦ ବର୍ଷରୁ ଅଧିକ ପୁରୁଣା ଆଠଟି ବଙ୍ଗଳାକୁ ଭାଙ୍ଗି ଏହା ସ୍ଥାନରେ ସେଠାରେ ମୋଟ ୭୬ଟି ଫ୍ଲାଟ ନିର୍ମିତ ହୋଇଛି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସଂସଦର ସଦସ୍ୟମାନଙ୍କ ପାଇଁ ବହୁତଳବିଶିଷ୍ଟ ଫ୍ଲାଟରେ ହରିତ ଭବନଗୁଡ଼ିକୁ ସମ୍ପ୍ରତି ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେ ଆଶା ବ୍ୟକ୍ତ କରି କହିଛନ୍ତି ଯେ ଏହିସବୁ ଫ୍ଲାଟ୍ ସମସ୍ତ ନବୀଶ ଏବଂ ସଂସଦ ସଦସ୍ୟମାନଙ୍କୁ ସୁରକ୍ଷିତ ରଖିବ । ସେ କହିଲେ ଯେ ସାଂସଦମାନଙ୍କ ପାଇଁ ଆବାସୀୟ ସମସ୍ୟା ଢ଼େର୍ ପୁରୁଣା । ଏହାର ସମାଧାନ କରାଯାଇ ନଥିଲା । କିନ୍ତୁ ଏବେ ଆଉ ଏହି ସମସ୍ୟା ରହିବ ନାହିଁ । ସରକାର ତାହାର ସ୍ଥାୟୀ ସମାଧାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ସରକାର ଗୁରୁତ୍ୱର ସହ ଚିନ୍ତା କରିବା ସହ ଏଭଳି ଫ୍ଲାଟ ନିର୍ମାଣ କରିଛନ୍ତି । ସମସ୍ୟାକୁ ଦୂରେଇ ଦେଲେ ତାହାର ସମାଧାନ ହୋଇଯିବ ନାହିଁ । ଏହାର ସମାଧାନ ସୂତ୍ର ବାହାର କରାଯିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ତାଙ୍କ ସରକାର ଏଭଳି ଅନେକ ପରିଯୋଜନା ଯାହାକି କେବଳ ଶିଳାନ୍ୟାସ ଅବସ୍ଥାରେ କିମ୍ବା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା ସେସବୁକୁ ସଂପୂର୍ଣ୍ଣ କରୁଛନ୍ତି । ଯେଉଁସବୁ ପ୍ରକଳ୍ପ ବର୍ଷ ବର୍ଷ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା ସେସବୁକୁ ଏକ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସରକାର ଶେଷ କରିଛନ୍ତି । ସେ କହିଲେ ଯେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର‌୍ୟ୍ୟକାଳରେ ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ ସମ୍ପର୍କରେ ବିଚାର ବିମର୍ଶ ଆରମ୍ଭ କରାଯାଇଥିଲା । ଦୀର୍ଘ ୨୩ ବର୍ଷର ପ୍ରତୀକ୍ଷା ପରେ ଏହି ସରକାର ସେ ସ୍ମାରକକୁ ନିର୍ମାଣ କରିଛନ୍ତି । କେନ୍ଦ୍ରୀୟ ସୂଚନା ଆୟୋଗର ନୂତନ ଭବନ, ଇଣ୍ଡିଆ ଗେଟ ନିକଟରେ ଯୁଦ୍ଧ ସ୍ମାରକ ନିର୍ମାଣ ଏବଂ ରାଷ୍ଟ୍ରୀୟ ପୁଲିସ ସ୍ମାରକ ନିର୍ମାଣ ତାଙ୍କ ସରକାର ସଂପୂର୍ଣ୍ଣ କରିଛନ୍ତି । କିନ୍ତୁ ତାହା ଦୀର୍ଘ ଦିନ ଧରି ପ୍ରତିଷ୍ଠା କରାଯାଇନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସଂସଦର ଉପଯୋଗିତା ଏବଂ ଏହାର ପ୍ରକ୍ରିୟାରେ ସେ ସମସ୍ତ ଧ୍ୟାନ ରଖିଛନ୍ତି । ସେମାନଙ୍କ କାର‌୍ୟ୍ୟ ଏବଂ ଠୋସ ପ୍ରକ୍ରିୟା ଦ୍ୱାରା ସଦନକୁ ଚଳାଇବା ସକାଶେ ଲୋକସଭା ଅଧ୍ୟକ୍ଷଙ୍କ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ଏହା ବେଶ୍ ଖୁସିର କଥା ଯେ କରୋନା ମହାମାରୀ ସ୍ଥିତିରେ ସୁଦ୍ଧା ସଂସଦର କାର‌୍ୟ୍ୟ ନୂତନ ନିୟମ ଅନୁସାରେ ସୁଚାରୁରୂପେ ଜାରି ରହିଛି ଏବଂ ଅନେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ମୌସୁମୀ ଅଧିବେଶନ ସମୟରେ ଗୃହର କାର‌୍ୟ୍ୟ ସୁଚାରୁରୂପେ ପରିଚାଳନା ନିମନ୍ତେ ଉଭୟ ସଦନ ସପ୍ତାହାନ୍ତରେ ମଧ୍ୟ କାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ଯୁବବର୍ଗଙ୍କ ନିମନ୍ତେ ୧୬-୧୮ ବର୍ଷର ଆୟୁସୀମା ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ସେ କହିଲେ ଯେ ୨୦୧୯ର ସାଧାରଣ ନିର୍ବାଚନ ସହିତ ଆମେ ୧୬ତମ ଲୋକସଭାର କାର‌୍ୟ୍ୟକାଳ ସଂପୂର୍ଣ୍ଣ କରିଛୁ ଏବଂ ଏହି ଅବଧି ଦେଶର ପ୍ରଗତି ଓ ବିକାଶ ନିମନ୍ତେ ଯେତିକି ଐତିହାସିକ ସେତିକି ମହତ୍ତ୍ୱପୂର୍ଣ୍ଣ । ସେ କହିଲେ ଯେ ସପ୍ତଦଶ ଲୋକସଭାର କାର‌୍ୟ୍ୟକାଳ ୨୦୧୯ ମସିହାରୁ ଆରମ୍ଭ ହୋଇଛି ଏବଂ ଏହି ଅବଧିରେ ଲୋକସଭା ଏଯାବତ୍ ଅନେକ ଐତିହାସିକ ନିର୍ଣ୍ଣୟ ଗ୍ରହଣ କରିସାରିଛି । ପ୍ରଧାନମନ୍ତ୍ରୀ ଦୃଢ଼ତା ବ୍ୟକ୍ତ କରି କହିଲେ ଯେ ଆଗାମୀ (ଅଷ୍ଟାଦଶ) ଲୋକସଭା ମଧ୍ୟ ନୂତନ ଦଶକରେ ଦେଶକୁ ଆଗକୁ ଆଗେଇ ନେବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ