ସାଂସଦମାନେ ପାର୍ଲାମେଣ୍ଟରେ ସମଲିଙ୍ଗୀ, କିନ୍ନରଙ୍କ ପାଇଁ ଆଇନ ଆଣନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର କମିଟି ଗଠନ କରନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ବିବାହ ଉପରେ ବିଚାର କରି କହିଛନ୍ତି ଯେ, ସମଲିଙ୍ଗୀ ବିବାହ ପାର୍ଲାମେଣ୍ଟ ଅଧିନରେ ଆସୁଛି ତାହା ମାନ୍ୟବର ସୁପ୍ରିମକୋର୍ଟ ଆଇନ କରିପାରିବେ ନାହିଁ ବୋଲି କହିବା ସହ ସମଲିଙ୍ଗୀ ବିବାହ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ୍ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ଭାବରେ ପରିଗଣିତ ହେଉଛି । ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ ବୋଲି ୨୦୧୮ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଥିଲେ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ସମଲିଙ୍ଗୀ ବିବାହକୁ ଅନୁମତି ଦେଇନାହାଁନ୍ତି । କିନ୍ତୁ ସମଲିଙ୍ଗୀମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ଏଥିସହ ସମାଜରେ ଥିବା ସମଲିଙ୍ଗୀମାନେ ନିଜର ବ୍ୟକ୍ତିଗତ ନିଷ୍ପତ୍ତି ଓ ମାର୍ଗ ଚୟନ ଲାଗି ଯେଉଁଭଳି ଭେଦଭାବର ଶିକାର ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ କହିଛନ୍ତି ଏବଂ ମାନ୍ୟବର ବିଚାରପତି କହିଛନ୍ତି ଯେ, ଆମ୍ଭେମାନେ ସ୍ୱତନ୍ତ୍ର ବିବାହ ଆଇନ ଉଚ୍ଛେଦ କରିପାରିବୁ ନାହିଁ, ଏହା ସଂସଦର ଅଧିକାର । ଅନ୍ୟ ପକ୍ଷରେ ବିବାହ ନିଷ୍ପତ୍ତି ଜଣଙ୍କର ବ୍ୟକ୍ତିଗତ ଅଧିକାର,ଏଥିରେ ହସ୍ତକ୍ଷେପ କରିବା ଦ୍ୱାରା ସମ୍ବିଧାନର ଧାରା ୨୧ର ମୌଳିକ ଅଧିକାରର ଉଲଙ୍ଘନ ହେଉଅଛି । ତେଣୁ ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହିହେବ ନାହିଁ ବୋଲି ସପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ନିଜ ପାଇଁ ଜୀବନସାଥୀ ଚୟନ କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ଜୀବନ ସାଥୀ ବାଛିବା ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରମୁଖ ଅଂଶ । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ, କେବଳ ଆଇନ୍ ବ୍ୟାଖ୍ୟା କରିପାରିବେ ବୋଲି ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି । ଏଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳମତ ନିର୍ବିଶେଷରେ ସାଂସଦମାନେ ପାର୍ଲାମେଣ୍ଟରେ ସମଲିଙ୍ଗୀ ଆଇନ ଆଣନ୍ତୁ, ତୃତୀୟ ଲିଙ୍ଗୀମାନଙ୍କ ପାଇଁ ପ୍ରତ୍ୟେକ ନିର୍ବାଚନରେ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସହ କେନ୍ଦ୍ର ଓ ରାଜ୍ୟ ସରକାର କମିଟି ଗଠନ କରନ୍ତୁ ବୋଲି ଏସ୍‌ଏସ୍‌ଇପିଡିର ପୂର୍ବତନ ଅଧ୍ୟକ୍ଷ ତଥା ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘର ସଭାପତି ଶ୍ରୀ ପ୍ରତାପ କୁମାର ସହୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ