ସାଂସଦ ଇଂ.ବିଶେଶ୍ୱର ଟୁଡୁ ହେଲେ ବିଜେପି ରାଷ୍ଟ୍ରୀୟ ସଂପାଦକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତାଲିକାରେ ଓଡ଼ିଶାରୁ ୪ ଜଣ ସ୍ଥାନିତ ହୋଇଛନ୍ତି । ସେମାନେ ହେଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ରାଷ୍ଟ୍ରୀୟ ସଂପାଦକ ଇଂ.ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାର ପଛୁଆ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ନିପଟ ପଲ୍ଲୀରୁ ଦିଲ୍ଲୀ ପହଞ୍ଚିଥିବା ସାଂସଦ ଇଂ.ବିଶେଶ୍ୱର ଟୁଡୁଙ୍କ ଦିର୍ଘ ଏକବର୍ଷର ତାଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠା, ସମାଜ ସେବା ପ୍ରତି ଅଭିପ୍ସା,ଦଳ ପ୍ରତି ଆନୁଗତ୍ୟ କୁ ନେଇ ଦଳ ତାଙ୍କୁ ରାଷ୍ଟ୍ରୀୟ ସଂପାଦକ ଭଳି ଏକ ଗୁରୁ ଦାୟିତ୍ବ ଦେଇଛି । ତାଙ୍କ ନିଯୁକ୍ତିରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ପଶ୍ଚିମ ମୟୁରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାର କଣା ବିଧାୟକ ବୁଢାନ ମୁର୍ମୁ,ମନୋଜ ଦାସ, ବିକାଶ ମହାନ୍ତ, ସାଂସଦ ପ୍ରତିନିଧି ବରୁଣ ଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି,ଛୋଟଲାଲ ମହାନ୍ତ,ଅଶୋକ ମହାନ୍ତ,ବିଜୁ ଗୋପାଲ ଗୋପ,ଫାଗୁ ମାର୍ଣ୍ଡୀ,ଅମଦ ମହାନ୍ତ,ସରୋଜ ମହାନ୍ତ, ପ୍ରଦୀପ ରାଉତ, କିଶୋର ରଜକ,ଶିବୁ ଅଗ୍ରୱାଲ, ବଂଶୀଧର ଦାଶ,ଆଲୋକ ମହାନ୍ତ,ସଂଜୟ ନାୟକ ଦଳର ସମସ୍ତ ଜନ ପ୍ରତିନିଧି, ଦଳୀୟ କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


