ସାଂସଦ ଓ ବିଧାୟକଙ୍କ ହିଂଜିଳି ଗ୍ରସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶନିବାର ଅପରାହ୍ନରେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସମେତ ଗୋପାଳପୁର ବିଧାୟକ ଡ଼ଃ. ପ୍ରଦିପ କୁମାର ପାଣିଗ୍ରାହୀ, ଛତ୍ରପୁର ବିିଧାୟକ, ସୁବାଷ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳି ଗ୍ରସ୍ତରେ ଆସି ଫେରିଛନ୍ତି । ଆସିକା ସାଂସଦ ଓ ବିଧାୟକ, ବିଧାୟିକା ମାନେ ହିଂଜିଳି ଗ୍ରସ୍ତରେ ଆସି ପ୍ରଥମେ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହରିହର ସାହୁଙ୍କ ବାସଭବନକୁ ଯାଇଥିଲେ । ପୂର୍ବତନ ବିଧାୟକ ସାହୁଙ୍କ ପତ୍ନିଙ୍କ ବିୟୋଗ ହୋଇଥିବା ଯୋଗୁଁ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେଠାରୁ ହିଂଜିଳି ଗ୍ରାମକୁ ଯାଇ ମା’ କନକଦୁର୍ଗାଙ୍କ ମନ୍ଦିରକୁ ଯାଇ ମା’ କନକଦୁର୍ଗାଙ୍କ ଦର୍ଶନ କରି ପର୍ତ୍ୟାବର୍ତନ କରିଥିଲେ । ସାଂସଦ ଓ ବିଧାୟକ, ବିଧାୟିକାଙ୍କ ଗ୍ରସ୍ତ ସମୟରେ ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ଦୈତାରୀ ବେହେରା, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ସମ୍ପାଦକ ପ୍ୟାରୀମୋହନ ପାଢି, ସରୋଜ କୁମାର ପଣ୍ଡା, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ପୂର୍ବତନ ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଅଜୟ କୁମାର ମହାରଣା, ବିଜେଡ଼ି ଆଇ. ଟି ସେଲ ସଂଯୋଜକ କାହ୍ନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ