ସାଂସଦ ଖେଳ ମହାକୁମ୍ଭର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଫେବୃଆରୀ 20ତାରିଖରୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ଏହି ଖେଳ ମହାକୁମ୍ଭର ଆୟୋଜନ ବାଲେଶ୍ଵର ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ୍ ଓ ନଗରରେ ଆୟୋଜିତ ହେବ ଏନେଇ ଆଜି ଖାନ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ରେ ଅପରାହ୍ନ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଆସନ୍ତା ଫେବୃଆରୀ 20ତାରିଖରେ ଉଦଘାଟନୀ ଓ 28 ତାରିଖରେ କାର୍ଯ୍ଯକ୍ରମର ଉଦଯାପନୀ ଉତ୍ସବ ବାଲେଶ୍ଵର ପରମିଟ ପଡ଼ିଆରେ ଆୟୋଜିତ ହେବ, ଏହି ଖେଳ ମହାକୁମ୍ଭ ରେ କବାଡ଼ି, ଭଲିବଲ୍, ଫୁଟବଲ, ଖୋ-ଖୋ, କ୍ରିକେଟ, ଦଉଡ଼ି ଗଣା, ଆଥଲେଟିକ , ମିନି ମାରାଥନ ଏବଂ ଯୋଗାସନ ଆଦିର ପ୍ରତିଯୋଗିତା ଓ ପ୍ରଦର୍ଶନ ଦେବ।ବ୍ଲକ୍ ଓ ନଗର ସ୍ତରୀୟ ସମସ୍ତ ପ୍ରକାରର ପ୍ରତିଯୋଗିତାର ବିଜେତାଙ୍କ ଫାଇନାଲ ଖେଳ ବାଲେଶ୍ଵରରେ ଆୟୋଜିତ ହେବ। ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ କୃତ୍ତି ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଆର୍ଥିକ ରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ।ସମସ୍ତ ପ୍ରତିଯୋଗିତାରେ ଭାଗନେବା ପାଇଁ ପଞ୍ଜିକରଣ ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ କରାଯିବ,ସମସ୍ତ ପ୍ରକାରର ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳାମାନେ ପୃଥକ୍ ପୃଥକ୍ ଭାବେ ସିନିୟର୍ ଓ ଜୁନିଅର ହିସାବରେ ଅଂଶଗ୍ରହଣ କରିପାରିବେ। ଏଥି ରେ ୧୮ ବର୍ଷରୁ କମ ଜୁନିୟର ଓ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ସିନିୟର୍ ବୋଲି ବିବେଚିତ ହେବ। ଏହି ଖେଳ ମହାକୁମ୍ଭରେ ବରିଷ୍ଠ ମନ୍ତ୍ରୀ ଓ ବିଶ୍ବସ୍ତରୀୟ ଖେଳାଳି ଯୋଗଦାନ କରି ଉଦବୋଧନ ଦେବାର କାର୍ଯ୍ୟକ୍ରମ ବିଷୟ ରେ ସାଂସଦ ବକ୍ତବ୍ୟ ରଖିଥିଲେ ଏହି ବୈଠକରେ ରାଜ୍ୟ ଖେଳ ଇଣ୍ଡିଆ ସଂଯୋଜକ ତଥା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ବଡ଼ସାହି ବିଧାୟକ ସନାତନ ବିଜୁଳି,ଜିଲ୍ଲା ବିଜେପି ଉପ ସଭାନେତ୍ରୀ ମମତା ମହାପାତ୍ର, ସମ୍ପାଦକ ତଥା ଜିଲ୍ଲା ସହ ସଂଯୋଜକ ବିଜୟ ସାହୁ,ସଂଗ୍ରାମ କେଶରୀ ପରିଡା,ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହ ସଂଯଜକ ରଣଜିତ ପୃଷ୍ଟି,ଦେବାଶିଷ ଆଚାର୍ଯ୍ୟ, ନାରାୟଣ ମୋହନ୍ତ, ଦିବ୍ୟସୁନ୍ଦର ଦାସ ,ଦିଲ୍ଲୀପ ପାତ୍ର,ବିଜୟ ସେଠି,ବିପିନ ମାରାଣ୍ଡି, ପରମାନନ୍ଦ ମହାପାତ୍ର, କ୍ରିଷ୍ଣା ସାହା ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ