ସାଂସଦ ଦେଲେନି ବୈଜନ୍ତ ଦେଲେ ରିଲିଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ସାରା ରାଜ୍ୟରେ କରୋନା ଭୁତାଣୁ ତାର କାୟା ବିସ୍ତାର କରି ଲୋକଙ୍କୁ ମୃତ୍ୟୁ ଆକ୍ରମଣ କରୁଥିବା ବେଳେ ବର୍ତମାନ ସମସ୍ତେ ଭୟଭିତ ହୋଇ ରହୁଥିବା ବେଳେ ପ୍ରଶାସନ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ କରିବାରେ ଲାଗିଛନ୍ତି । ମନ୍ତ୍ରୀଠୁ ନେଇ ବିଧାୟକ, ସାଂସଦ ସମସ୍ତେ ସହଯୋଗର ହାତ ବଢାଉଛନ୍ତି । ଏପରି କିଛି ଘଟଣା ନଜରକୁ ଆସିଛି ଯାହାକି ତାମିଲନାଡୁରେ ଫସି ରହିଥିବା କେନ୍ଦ୍ରପଡାର ୧୪ ଜଣ ପରିବାର ଆଜି ଏକ ଗାଡି ଭଡା କରି ସେମାନେ ନିଜ ଗାଁ କେନ୍ଦ୍ର ପଡାକୁ ଫେରିଛନ୍ତି । ହେଲେ ଦୁଃଖର ବିଷୟ ନା ଓଡିଶା ସରକାର କୌଣସି ସାହାର୍ଯ୍ୟ ଯୋଗାଇଲେ ନା ତାମିଲନାଡୁ ସରକାର କୌଣସି ସାହାର୍ଯ୍ୟ ଯୋଗାଇଛନ୍ତି । ଭୋକ ଉପାସରେ ରହିଥିବା ସମୟରେ କେନ୍ଦ୍ରାପଡା ସାଂସଦ ଅନୁଭବ ମାହନ୍ତିକୁ ଫୋନ କରି ସାହାର୍ଯ୍ୟ ମାଗିଥିବା ବେଳେ ସିଧା ସିଧା ଅନୁଭବ ମହାନ୍ତି କହିଛନ୍ତି ଯେ ମୁ ନିଜେ ଦିଲ୍ଲୀରେ ଫସି ରହିଅଛି ମୁ କ’ଣ ସାହାର୍ଯ୍ୟ କରିବି ।ଏପିରି ଅସୁବିଧା ସ୍ଥଳରେ ଯଦି ସାଂସଦ କାମରେ ଆସୁ ନାହାନ୍ତି ତେବେ ଭୋଟ ବେଳେ ଗୋଡ ହାତଧରି ନେହୁରା ହୋଇ ଭୋଟ ନିଅନ୍ତି । କିନ୍ତୁ ଜିତିବା ପରେ ଜନତାଙ୍କୁ ଭୁଲି ଯାଉଛନ୍ତି । ହେଲେ ବୈଜନ୍ତ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଦୁଇ ଦୁଇଥର ୧୪ ପରିବାରକୁ ସୁଖିଲା ଖାଦ୍ୟ, କିଛି ଟଙ୍କା ମାସ୍କ, ସାବୁନ ଇତ୍ୟାଦି ବିଭିନ୍ନ ପ୍ରକାର ରିଲିଫ ସାମଗ୍ରି ଯୋଗଇ ଛନ୍ତି । ତାଙ୍କୁ ପ୍ରଂସଶା ଯୋଗ୍ୟ ବୋଲି ସେମାନେ କହିଛନ୍ତି । ଆସୁଥିବା ସମୟରେ ମୋହନା ନିକଟସ୍ଥ ମେରାପଲ୍ଲୀ ନିକଟରେ ତାଙ୍କରି ଗାଡିର ଟାଇର ଫାଟି ଯିବା ଯୋଗୁଁ ଦୁଇ ଘଂଟା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୧୪ ପରିବାରଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ କେଉଁ ସ୍ଥାନରେ ପାଣି ଟୋପାଏ ପାଇଁ ଗାଡି ରଖିଲେ ବିଭିନ୍ନ ପ୍ରକାର ଗାଳି ଗୁଲଜ ମିଳୁଥିଲା । କରୋନାକୁ ଯେତିକି ଭୟ ନାହିଁ ତାହାଠାରୁ ଅଧିକ ଭୟ ଲାଗୁଛି ଦୃବ୍ୟବହାର ।


