ସାଂସଦ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ‘ଫଣି’ରେ ପୀଡିତ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବାଲେଶ୍ୱର : ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାରୁ ୩୦୦ରୁ ଅଧିକ ସ୍ୱେଚ୍ଛାସେବୀ ଗତ ଶୁକ୍ରବାର ଦିନ ପୁରୀ ଜିଲ୍ଲା ଅର୍ନ୍ତଗତ ବ୍ରହ୍ମଗିରି ବ୍ଲକର ମହାବାତ୍ୟା ‘ଫଣି’ରେ ପୀଡ଼ିତ ଲୋକମାନଙ୍କୁ ଡିମିରିସେଣା, କାହାଳପଡ଼ା, ମାନପଡ଼ା, କାଣ୍ଡଗୋଡ଼ା,ରେବଣା ନୂଆର୍ଗା, କାଡ଼ଜିତ ପାଟଣା, ଗୋରୱାଲ, ବ୍ରହ୍ମଗିରି ପ୍ରଭୃତି ପଞ୍ଚାୟତରେ ପହଞ୍ଚି ସକାଳ ଜଳଖିଆ ସହିତ ଦୁଇଓଳି ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି । ‘ଫଣି’ ପ୍ରଭାବିତ ଅଞ୍ଚଳ ବୁଲିବା ଓ ଲୋକମାନଙ୍କର ଅବସ୍ଥା ସମ୍ପର୍କରେ ଅବଗତ ହେବା ପରେ ସାଂସଦ ଶ୍ରୀ ଜେନା କହିଛନ୍ତି ଯେ, ଏହି ଅଞ୍ଚଳରେ ଲୋକମାନଙ୍କର ଅବସ୍ଥା ଅତି ଦୟନୀୟ ଯାହା ନିଜ ଆଖିରେ ନଦେଖିଲେ ଅନୁଭବ କରିହେବ ନାହିଁ । ସରକାରଙ୍କ ଆଗୁଆ ସତର୍କତା ଯୋଗୁଁ ଲୋକମାନଙ୍କର ଜୀବନ ବଞ୍ôଚ ଯାଇଥିଲେ ମଧ୍ୟ ଜନସାଧାରଣଙ୍କର ସମସ୍ତ ଅତ୍ୟାବଶକ ସେବାରୁ ବଞ୍ଚିତ ହେଊଛନ୍ତି । ଗତ ୩ ତାରିଖ ବାତ୍ୟା ପରେ ଏ ଯାଏ ଲୋକେ ରନ୍ଧା ଖାଦ୍ୟ ଖାଇବାକୁ ପାଇ ନାହାନ୍ତି ବୋଲି ସେଠାକାର ଲୋକମାନେ କହିଥିଲେ ଏବଂ ଦୟନୀୟ ଅବସ୍ଥାରେ ଲୋକେ ରହିଥିବା ବେଳେ ଯୋଗାଯୋଗର କୌଣସି ସୁବିଧା ନାହିଁ କି ବିଦ୍ୟୁତ୍ ଓ ପାଣି ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ଲୋକେ ଅନ୍ଧାରରେ ରାତି କଟାଉ ଥିବାବେଳେ ଦିନର ଅସହ୍ୟ ଖରା ଓ ଗୁଳୁଗୁଳିରେ ସେମାନେ ଡ଼ହଳ ବିକଳ ହେଉଛନ୍ତି । ଏହି ରିଲିଫ୍ କାର୍ଯ୍ୟକ୍ରମ ଦ୍ୱାରା ଧିରେ ଧିରେ ଲୋକମାନଙ୍କର ସ୍ଥିତିର ସୁଧାର ଆସୁଥିବା ଶ୍ରୀ ଜେନା ପ୍ରକାଶକରିଥିଲେ । ପ୍ରାଥମିକ ଅବସ୍ଥାରେ ତିନି ଚାରି ଦିନ ପାଇଁ ଏହି ଖାଦ୍ୟ ପ୍ରଦାନ କରିବାକୁ ଥିବା ବେଳେ ପରବର୍ତ୍ତି ସମୟରେ ଆବଶ୍ୟକତା ଦେଖି ରନ୍ଧା ଖାଦ୍ୟ ପ୍ରକ୍ରିୟାକୁ ବୃଦ୍ଧି କରାଯିବାର ଯୋଜନା ରହିଛି । ସାଂସଦ ଶ୍ରୀ ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଏହା କୌଣସି ଦଳ ବା ସଂଗଠନର କାର୍ଯ୍ୟକ୍ରମ ନୁହେଁ । ବାଲେଶ୍ୱର ଜିଲ୍ଲା ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଉଛି । ଏଥିପାଇଁ ଆମକୁ ରାଇସ୍ମିଲ ମାଲିକ ସଂଘ, ରୋଟାରୀ କ୍ଲବ୍, ଲାୟନ୍ସ କ୍ଲବ୍, ଓରିପ୍ଲାଷ୍ଟ, ହରିପ୍ଲାଷ୍ଟ, ଇମାମୀ ପେପରମିଲସ୍, ବିର୍ଲା ଟାୟର୍ସ ସମେତ ଅନେକ ବ୍ୟକ୍ତିଗତ ସ୍ତରରେ ସହଯୋଗ ମଧ୍ୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ