ସାଂସ୍କୃତିକ ଏବଂ କ୍ରୀଡା ମହୋତ୍ସବ
ଗଂଜାମ, (ବିନୋଦ ପଲାଇ):ଖଣ୍ଡାଦେଉଳି ସ୍ଥିତ ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାର ଙ୍କ ତରଫରୁ ଚାଲି ଥିବା ସାଂସ୍କୃତିକ, କ୍ରୀଡା ଏବଂ ଭାଷା ସାହିତ୍ୟ ମହୋତ୍ସବ କ୍ରମାଗତ ପାଞ୍ଚ ଦିନ ମହାସମାରୋହ ରେ ପାଳିତ ହେଇଯାଇଛି | ପ୍ରାୟତଃ ତିନି ଶହ ଛାତ୍ର ଛାତ୍ରୀ ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲା ବେଳେ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏବଂ ଖଣ୍ଡଦେଉଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡକ୍ଟର ଶଙ୍କର ନାରାୟଣ ବେଜ ଉଦଘାଟନ କରିଥିଲେ | କ୍ରୀଡା ଏବଂ ସଂସ୍କୃତି ବିଭାଗ ମୁଖ୍ୟ ଶ୍ରୀ ବସନ୍ତ କୁମାର ଗୌଡ଼, ଅଧ୍ୟାପକ ଦେବୀପ୍ରସାଦ ପଟ୍ଟନାୟକ, ଶ୍ରୀ ଆଖଣ୍ଡଳମଣି ବେହେରା, ଶ୍ରୀ ଆନନ୍ଦ ଗୌଡ଼, ଅଧ୍ୟାପିକା ଏନ. ପଦ୍ମାବତୀ ଏବଂ ମୋ କଲେଜ ଅଭିଯାନର ସଭାପତି ଶ୍ରୀ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁରୂପେ ପରିଚାଳନା କରିଥିଲେ |କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଭବିଷ୍ୟତ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା |


