ସାଂସ୍କୃତିକ, କ୍ରୀଡା ଓ ସାମାଜିକ ସଚେତନତା ହେଉଛି ପୂର୍ଣ୍ଣାଙ୍ଗ ଶିକ୍ଷା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସ୍ଥିତ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ #ନୂଆ – ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ପକ୍ଷରୁ ସମନ୍ବିତ ଯୁବ ବିକାଶ ଦ୍ବାରା ଯୁବ କ୍ରୀଡା, ସଂସ୍କୃତି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଉଦଘାଟନ କରିଥିଲେ। ବରିଷ୍ଠ ଅଧ୍ୟାପକ ନିହାର ରଞ୍ଜନ କରଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିବୃତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଧୂଷୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ଅନ୍ୟତମ ଅତିଥିଭାବେ ବାବାମଣି ଡିଗ୍ରୀ କଲେଜର ସେବା ନିବୃତ୍ତ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା ମୋ ସ୍କୁଲ ଅଭିଯାନ କମିଟି ସଭାପତି ସୁଶାନ୍ତ କୁମାର ନାୟକ, ସାଙ୍ଗଠନିକ ସଂପାଦକ ମୃତ୍ୟୁଞ୍ଜୟ ସାହୁ, ରଇପୁର ସରପଞ୍ଚ ଜଗତାନନ୍ଦ ସେଠୀ, ଏନ.ଏସ.ଏସ. ଅଧିକାରୀ ଅମରେନ୍ଦ୍ର ପଣ୍ଡା, ସେବା ନିବୃତ୍ତ ଅଧ୍ୟାପକ ତ୍ରିଲୋଚନ ଦାସ, ପୂର୍ବତନ ସରପଞ୍ଚ ଅନିଲ ଦାସ, ପୂର୍ବତନ ଶିକ୍ଷା କମିଟି ସଭାପତି ବ୍ରଜେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ସେନା ଅଧିକାରୀ କାଶୀନାଥ ମହାନ୍ତି ପ୍ରମୁଖ ଯୋଗଦେଇ କ୍ରୀଡା, ସାଂସ୍କୃତିକ ଓ ସମାଜସେବା ହେଉଛି ପୂର୍ଣ୍ଣାଙ୍ଗ ଶିକ୍ଷା ଏବଂ ଏହାକୁ ସାକାର କରିବା ହେଉଛି ଆଜିର କାର୍ଯ୍ୟକ୍ରମ ବୋଲି ବକ୍ତବ୍ୟରେ କହିଥିଲେ। ବିଦ୍ୟାଳୟର ଅଧ୍ୟାପିକା କନକ ଲତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ବିଦ୍ୟାଳୟର ଶ୍ରଦ୍ଧାଞ୍ଜଳି ପାଢୀ, ଶୁଭଲକ୍ଷ୍ମୀ ପଣ୍ଡା, ଦିବ୍ୟ ଦର୍ଶିନୀ ଦାସ, କରିସ୍ମା ମହାନ୍ତି, ଶିବ ପ୍ରସାଦ ସାହୁ, ଦୀପକ କୁମାର ବାରିକ, ହୃଷିକେଶ ସାହୁ, ନିବେଦିତା ଖଟୁଆଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ