ସାଂସ୍କୃତିକ ଶୋଭାଯାତ୍ରାରେ ଝୁମିଲା ପୁରା ଯାଜପୁର

ଯାଜପୁର : ୮ମ ଜିଲା ମହୋତ୍ସବ ଯଯାତି ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି। ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ଏହି ମହୋତ୍ସବକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରିଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉଦଘାଟନ କରିଥିଲେ । ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦଘାଟନି ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମର ଶତପଥି, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ, କୋରେଇ ବିଧାୟକ ଅଶୋକ ବଳ, ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଜିଲାର କଳା ଓ ସଂସ୍କୃତି ଆଜି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ ହେବାର କାର‌୍ୟ୍ୟକ୍ରମ ରହିଛି। ଉଦଘାଟନି ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନିକଟରେ ଆଇଟିବିପିର ଆଇଜି ଭାବେ ନିଯୁକ୍ତି ପାଇଥିବା ବଡଚଣା ଅଞ୍ଚଳର ସୁଧାଂଶୁ ଶେଖର ମିଶ୍ର ଏବଂ ଯାଜପୁରରେ ରହି ସ୍ୱାଧିନତା ସଂଗ୍ରାମ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିବା ରମାଦେବୀଙ୍କ ଆଶ୍ରମକୁ ଯଯାତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ