ସାଂସ୍କୃତି ମନ୍ତ୍ରୀ ଙ୍କୁ ଦାବି ଜଣାଇଲେ- ଦେବାଳୟ ସୁରକ୍ଷା କମିଟି
ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ଦୁଇ ଦିନିଆ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ କ୍ରୀଡା, ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜଙ୍କୁ ସାର୍କିଟ ହାଉସରେ ସାକ୍ଷାତ କରି ୪ ଦଫା ଦାବି ଉପସ୍ଥାପନ କରିଥିଲେ । ବଲାଙ୍ଗିର କୋସଲ କଳା ମଣ୍ଡଳ କଳାକାରଙ୍କ ପାଇଁ ଏକ କଳା କେନ୍ଦ୍ର ସ୍ଥାପନ, ଡାଲଖାଇ, ଢାପ ଓ ଘୁଡୁକା କୁ ସ୍ୱତନ୍ତ୍ରତା ପରିଚୟ ପ୍ରଦାନ କରାଯାଉ । ବଲାଙ୍ଗିର ଜିଲ୍ଲାରେ ଐତିହ୍ୟ, କିର୍ତ୍ତିରାଜ ସୁରକ୍ଷା ପାଇଁ ଅର୍ଥ ଆସିଥିବା ୧୪ କୋଟି ଟଙ୍କା ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଆଟଗାଁ ଜମିଦାର ମାନ୍ଧାତା ସିଂ ଙ୍କ ସ୍ଥାନ କୋସଲ କଳା ମଣ୍ଡଳ ପୁରୁଣା ମଂଚ ନବୀକରଣ ମାଁ ପାଟଣେଶ୍ୱରୀ ଏବଂ ମାଁ ସମଲେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିର ଅଧା ପନ୍ତରିଆ ହୋଇ କାମ ପଡିରହିଥିବା ରୁ ସେହିପରି ରାଣୀପୁର ଝରିଆଲ, ହରିଶଙ୍କର, ·ନ୍ଦିଲି ପାହାଡ, ଭୀମ ଡୁଙ୍ଗୁରି ଓ ସାଲେଭଟାର ଐତିହାସିକ ପୀଠ ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଦାବି ଗାଇଖାଇ ଡେମ ରୁ ମନ୍ଦିରକୁ ଏକ ସୂଚନା ବୋର୍ଡ ଲଗାଇବା, ବଲାଙ୍ଗିର ଲୋକ ମହୋସôବ ୨୦୨୫ ଅର୍ଥ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ଉପ-ସଭାପତି ପ୍ରଶାନ୍ତ ମହାକୁର, ସଂପାଦକ ନରେନ୍ଦ୍ର କବାଟ, ସଭ୍ୟ ରିଣ୍ଟୁ ସାହୁ, ସଂସ୍କୃତି ଗବେଷକ ସୁରେଷ ଷଡଙ୍ଗି , ଅମରଜିତ ପଟେଲ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ ।