ସାଇକେଲକୁ ଧକ୍କା ଦେଲା ବାଇକ୍, ୩ ଆହତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ସାଇକେଲ ସହ ବାଇକ୍ ଧକ୍କା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଭାଲିଆଗୁଡାର କାଳିଆ ଦଳାଇ (୨୬), ବ୍ରହ୍ମପୁରର ଶୁଭମ ପାତ୍ର (୨୪) ଓ ପୋଲସରାର ଶ୍ରୀତମ ପାତ୍ର (୨୩) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ସାଇକେଲ ଓ ବାଇକକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, କାଳିଆ କାମ କରୁଥିବା ଏକ ହୋଟେଲରୁ ଚାହା ଧରି ନିକଟସ୍ଥ ଏକ ସ୍ଥାନକୁ ଯାଉଥିବା ବେଳେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମୋଟର ସାଇକେଲ ସହ ଧକ୍କା ଘଟିଥିଲା। ଦୂର୍ଘଟଣାରେ ବାଇକ୍ ଚାଳକ, ସାଥି ଓ ସାଇକେଲ ଆରୋହୀ ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ