ସାଇକେଲଥାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ଗତକାଲି ସାଇକେଲ ଯୋଗେ କଳିଙ୍ଗା ପରିଭ୍ରମଣର ୨୫ ଜଣିଆ ଟିମ ମଧ୍ୟରୁ ୫ଜଣ ଓଡିଶାର ଥିବାବେଳେ ଦିଲ୍ଲୀ , ମୁମ୍ବାଇ , ଗୁଜୁରାଟ ଅଞ୍ଚଳରୁ ସାମିଲ ହୋଇ ମୋହନା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କଳିଙ୍ଗା ଟୁର ସାଇକେଲଥାନ ୮ ତାରିଖଠାରୁ ବାହାରି ଭୁବନେଶ୍ୱରରୁ ଛତ୍ରପୁର , ବ୍ରହ୍ମପୁର, ଦିଗପହଣ୍ଡି ଦେଇ ମୋହନା ବ୍ଲକରେ ପହଞ୍ଚିଥିଲା । ଲୁହାଗୁଡିସ୍ଥିତ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରତିଯୋଗିତା କରିବା ସହ ସାଇକେଲ ଦ୍ୱାରା ପରିଭ୍ରମଣ କଲେ କି ପ୍ରକାର ଫାଇଦା ହୋଇଥାଏ ସେ ସମ୍ପର୍କରେ ସଚେତନତା କରାଯାଇଥିଲା । ପ୍ରତିଯୋଗୀତାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଥିଲା । ସେଠାରୁ ପୁଣି ଚନ୍ଦ୍ରଗିରି ଗସ୍ତରେ ଯାଇ ବୌଦ୍ଧ ବଙ୍ଗଳାରେ ରାତ୍ର ଯାପନ କରିବା ପରେ ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରା କୋରାପୁଟରେ ସମାପ୍ତ ହେବ ବୋଲି କଳିଙ୍ଗା ଟୁର ସାଇକେଲଥାନ ପକ୍ଷରୁ ଜଣାପଡିଛି ।