ସାଇକେଲରେ ନୟାଗଡରୁ କଳାହାଣ୍ଡି ଫେରୁଛନ୍ତି ୩ ଯୁବକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲକ୍‌ଡାଉନ୍‌ ପରେ କଳାହାଣ୍ଡିର ୩ ଯୁବକ ନୟାଗଡରେ ଫସି ରହିଥିଲେ। ନୟାଗଡ଼ର କୌଣସି ଏକ ୱେଲଡିଂ ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ କାମ ବନ୍ଦ ପରେ ମାଲିକମାନେ ତାଙ୍କୁ ଆଉ ପାରିଶ୍ରମିକ ଦେଇ ନ ଥିଲେ। ଗୋଟିଏ ପଟେ ରୋଜଗାର ହରାଇଥିବାବେଳେ ଅନ୍ୟପଟେ ଗାଡ଼ିଭଡ଼ା କରି ଘରେ ପହଞ୍ଚିବା ସମ୍ଭବ ନଥିଲା। ୩ଟି ସାଇକଲ କିଣି ନୟାଗଡ଼ରୁ କଳାହାଣ୍ଡି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ନୟାଗଡ଼ରୁ ଗଞ୍ଜମ ଜିଲା ଦେଇ ୨୦ କିମି ଲମ୍ବା ଗାଜଲବାଡ଼ି ଘାଟି ଚଢ଼ି ଜଙ୍ଗଲରାସ୍ତା ଦେଇ ଗୁରୁବାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲେ । ଏଠାରୁ କଳାହାଣ୍ଡି ଜିଲା ଆହୁରି ପ୍ରାୟ ୨ଶହ କିମି। ଉକ୍ତ ଯୁବକମାନେ ହେଲେ ଜତିନ୍ଦ୍ର ଶବର, ଦୀନବନ୍ଧୁ ମାଝୀ ଓ ପ୍ରିତିରାଜ ସାହୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ