ସାଇକେଲ ଆରୋହୀ ଙ୍କୁ ଆକ୍ରମଣ କରି ଜେଲ ଗଲେ ଯୁବକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୁଡାମାରି ଗ୍ରମାରେ। ଜଣେ ସାଇକେଲ ଆରୋହୀ ଙ୍କୁ ଆକ୍ରମଣ କରି ଜେଲ ଗଲେ ଯୁବକ। ଅଭିଯୁକ୍ତ ପୁଡ଼ାମାରି ଗ୍ରାମର ଏନ ଖାରି ଓରଫ କାଳିଆ ପାତ୍ର ଙ୍କୁ ୩୯୨/୨୩ ମାମଲା ରୁଜୁ କରିଛି ପାଟପୁର ପୋଲିସ।ଘଟଣାରୁ ଜଣାପଡ଼ିଛି ଏ ଶୁକ୍ରୁ ପାତ୍ର ସାଇକେଲ ରେ ଯାଉଥିବା ବେଳେ ରାସ୍ତାରେ କାଳିଆ ପାତ୍ର ଙ୍କ ଗାଈ ଛେଳି ମେଣ୍ଢା ରାସ୍ତା ରେ ଛାଡିଥିବା ବେଳେ ଏ ସୁକ୍ରୁ ପାତ୍ର ଏନ ଖାରୀ କୁ କହିଥିଲା ରାସ୍ତାରେ କାହିଁକି ପଶୁ ଜନ୍ତୁ ଙ୍କୁ ଛାଡୁଛୁ ପଚାରିବାରୁ ଉତଖିପ୍ତ ହୋଇ ଶୁକ୍ରୁ ପାତ୍ର ଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିବା ବେଳେ ଏ ଶୂକ୍ରୁ ପାତ୍ର ଙ୍କ ଏତଲା ପ୍ରକାରେ ଏନ ଖାରି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ