ସାଇକେଲ କ୍ଲବ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବହୁ କଷ୍ଟ ସ୍ୱୀକାର କରି କୃଷକ ଭାଇ କ୍ଷେତରେ ଶସ୍ୟ ଫଳାଉଛି । ଯାହାକି ଆମକୁ ଭୋକ ଦାଉରୁ ରକ୍ଷା କରୁଛି । କିନ୍ତୁ ଆମେ ଅନେକ ସମୟରେ ଖାଦ୍ୟ ନଷ୍ଟ କରୁଥିବା ଦେଖା ଯାଉଛି । ଖାଦ୍ୟ ନଷ୍ଟ ନୁହେଁ ବରଂ ଖାଦ୍ୟ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡା ସାଇକେଲ କ୍ଳବର ସଦସ୍ୟ ମାନେ । କେନ୍ଦ୍ରାପଡା ସାଇକେଲ କ୍ଳବ ପକ୍ଷରୁ ସାପ୍ତାହିକ ସାଇକେଲ ପରିକ୍ରମା ଓ ବିଶ୍ୱ ନାଟ୍ୟ ଦିବସ ପାଳନ ଅବସରରେ ସ୍ଥାନୀୟ ପାଣ୍ଡିରି ଗ୍ରାମରେ ଏହି ସଚେତନତା ଧର୍ମୀ ନାଟକ ପରିବେଷଣ କରାଯାଇଥିଲା । ସକାଳ ୬ ଟାରୁ ସାଇକେଲ କ୍ଳବର ସଦସ୍ୟମାନେ ପୁରୁଣା ବସ୍ ଷ୍ଟାଣ୍ଡ ଠାରୁ ପରିକ୍ରମାରେ ବାହାରି ପାଣ୍ଡିରି ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଏକ ବନ୍ଧୁମିଳନର ଆୟୋଯନ କାରାଯାଇଥିଲା । ଏହାପରେ ଅନୁଷ୍ଠିତ ନାଟକର ବିଭିନ୍ନ ଭୂମିକାରେ ପ୍ରଭାକର ଦାସ, ଖୁଲଣା ନାୟକ, ଶଶୀ ପ୍ରସାଦ ମହାରଣା, ବିଜୟ କୁମାର ବେହେର, ଜ୍ଞାନରଞ୍ଜନ ଦାସ ଓ ଗୌତ୍ତମ ସାହୁ ପ୍ରମୁଖ ଅଭିନୟ କାରିଥିଲେ । ସଇକେଲ କ୍ଳବର ଏହି ଉଦ୍ୟମକୁ ଗ୍ରାମବାସୀଙ୍କ ପକ୍ଷରୁ ବେଶ ପ୍ରଶଂସା କାରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ କ୍ଳବର ଆଗାମୀ କର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ