ସାଇକେଲ ଚଲାଅ,ପରିବେଶ ବଞ୍ଚାଅ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡିମିରୀମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ଆଜି ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି l ଆଜିର ଆଧୁନିକ ଯୁଗରେ ଲୋକେ ପେଟ୍ରୋଲ ଓ ଡିଜେଲ୍ ଚଳିତ ଯାନବାହାନ ଦ୍ଵାରା ଚଳାଚଳ କରୁଥିବାରୁ ଅତି ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି ଓ ତାପମାତ୍ରା ବୃଦ୍ଧି ପାଇବା ସହିତ ପରିବେଶ ଉପରେ କୁପ୍ରଭାବ ମଧ୍ଯ ପଡୁଛି,ତେଣୁ ସାଇକେଲ ଚଲାଅ ପରିବେଶ ବଞ୍ଚାଅ ଏଭଳି ଏକ ସୁନ୍ଦର ଅଭିଯାନ ଶୁଭମ ଆରମ୍ଭ କରିଥିଲେ l ଦିର୍ଘ ୭୪ ଦିନ ତଳେ ତାଙ୍କ ସାଇକେଲ ଯାତ୍ରା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡ ରୁ ଆରମ୍ଭ ହେଇଥିଲା ଓ ଆଜି ସେହି କୁଚିଣ୍ଡା ପୁରୁଣା ବସ୍ ଷ୍ଟାଣ୍ଡ ରେ ହିଁ ଶେଷ କରିଛନ୍ତି l ସେ ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଭେଟି ନିଜର ଭ୍ରମଣ ଉଦ୍ଧେଶ୍ୟ ସଂପର୍କରେ ଅବଗତ କରାଇଛନ୍ତି l ତାଙ୍କର ଏହି ଭ୍ରମଣ ରେ ଭୁବନେଶ୍ୱର ଠାରେ କୁଚିଣ୍ଡା ବିଧାୟକ ତଥା କେବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବେଶ୍ ଖୁଶି ହୋଇ ସମର୍ଦ୍ଧନା ଜ୍ଞାପନ କରିଥିଲେ l ଆଜିର ଏହି ଶେଷ ଦିନ ର ସ୍ଵାଗତ ଅବସରରେ କୁଚିଣ୍ଡା ସହର ବାସୀ, ଯୁବଗୋଷ୍ଠୀ, ସାମ୍ବାଦିକ ଗଣ, ବାଲିଯାତ୍ରା କମିଟି ସଭାପତି ଵିଜୁ ସାହୁ, ଆଶିର୍ବାଦ ଷ୍ଟୁଡିଓ ପକ୍ଷରୁ ଦିନେଶ ନାଏକ ଓ ନୃତ୍ୟ କଳାକାର ଗଣ, ସାମ୍ବାଦିକ ରିଙ୍କୁ କୁସୁମ ଏବଂ ଚତୁର୍ଭୁଜ ଜୟପୁରିଆ ପ୍ରମୁଖ ଫୁଲମାଳ ଦେଇ ସ୍ଵାଗତ କରିଥିଲେ l ଆଗାମୀ ଦିନରେ ଯୁବଗୋଷ୍ଠୀ ମଧ୍ୟରେ ସାଇକେଲ ଚାଳନା ପାଇଁ ଉତ୍ସାହ ପରିଲକ୍ଷିତ ହେଉଛି ବୋଲି ଚର୍ଚ୍ଚା ହୋଇଛି l ଆଗାମୀ ଦିନରେ ପୁଣିଥରେ ଦ୍ଵିତୀୟ ପର୍ଯ୍ୟାୟର ସାରା ଓଡ଼ିଶା ସାଇକେଲ ଚାଳନା କରି ଭ୍ରମଣ ପାଇଁ ବୃକ୍ଷରୋପଣ ନାମରେ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଶୁଭମ୍ ବାରିକ୍ ସୁଚନା ଦେଇଛନ୍ତି l ସାରା ଓଡ଼ିଶା ରେ ଲୋକଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ବିନା ପଇସାରେ ଏହି ଯାତ୍ରା ସଫଲ ହେଇଥିବା ରୁ ଶୁଭମ ସମସ୍ତ ସହଯ୍ୟକାରୀ ଓ ସୁଭକାଂକ୍ଷି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ