ସାଇଚେତନା ସାହିତ୍ୟ ସଂସଦର ଦ୍ୱାଦଶ ବାର୍ଷିକ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢା ପଂଚାୟତ ନାଗାତୋଟା ଆମ୍ବକୁଞ୍ଜଠାରେ ସାଇଚେତନା ସାହିତ୍ୟ ସଂସଦର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଂସଦର ସ୍ଥାୟୀ ସଭାପତି କବି କୀର୍ତ୍ତନ ଚରଣ ନାୟକଙ୍କ ଅଧକ୍ଷତାରେ ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧକ୍ଷ ତାରିଣୀ ମହାବିଦ୍ୟାଳୟ ଘଟଗାଁର ଡ଼ ଅଭିନ୍ନ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ବନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ ସୁରେନ୍ଦ୍ର କୁମାର ମିଶ୍ର,ସମାନ୍ନୀତ ଅତିଥିଭାବେ ଶିକ୍ଷାବିତ, କବି, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଚକ୍ର ଯୋଗଦେଇଥିଲେ l ଏଥିରେ କବୟିତ୍ରୀ ଦୀପ୍ତି ଦେବଦର୍ଶନୀ ସୁତାର ଓ ଶିକ୍ଷାବିତ ରମାକାନ୍ତ ଜେନାଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା l ସଂସଦର ସହ ସମ୍ପାଦକ ନାରାୟଣ ଚନ୍ଦ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଉଦେଶ୍ୟ ଜ୍ଞାମ୍ପନ କରିଥିଲେ l ସଂସଦର ସ୍ଥାୟୀ ସମ୍ପାଦକ ଚତୁର୍ଭୁଜ ପହି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସଂଗଠନ ସମ୍ପାଦକ ମୋହନ କୁମାର ମହାନ୍ତି ସମ୍ବର୍ଦ୍ଧିତ ପ୍ରତିଭାଙ୍କ ବିଷୟରେ ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ସାରସ୍ୱତ ସାଧକ ଜଗନ୍ନାଥ ପାତ୍ର, ସଙ୍ଖାଳି ଚରଣ ରାଉଳ,ସଂଗଠନ ସମ୍ପାଦିକା ବିଜୟା କୁମାରୀ ବେହେରା,ଉପଦେଷ୍ଟା ଗଣେଶ ପ୍ରସାଦ କରଶର୍ମା,ମୁରଲୀଧର ବେହେରା,ଅନନ୍ତ ଚରଣ ମୁଦୁଲି,ସୁକାନ୍ତ କୁମାର ବେହେରା,ନରହରି ରାଉତ,ହେମନ୍ତ କୁମାର ନାୟକ, ଅରୁଣ କୁମାର ଜେନା,ବନମାଳୀ ଜେନା,ରବିନାରାୟଣ ବିଶ୍ୱାଳ,ବିଜୟ କୁମାର ଧଳ,ସରଳା ମହାପାତ୍ର,ରମେଶ ଗାହାଣ,ବାବାଜି ଚରଣ ଦଳେଇ,ଅର୍ଣ୍ଣପୂର୍ଣ୍ଣା ଜେନା ପ୍ରମୁଖ କବିତା ପାଠ କରିଥିଲେ l ସଂସଦର ମୁଖପତ୍ର “ସମ୍ଭାବନା “ଉନ୍ମୋଚନ କରାଯାଇଥିଲା l ବରିଷ୍ଠ ନାଟ୍ୟକାର ହାଡିବନ୍ଧୁ ସାହୁ ଓ ସାହିତ୍ୟିକ ସୁବୋଧ କୁମାର ସାହୁଙ୍କୁ ସଂସଦ ପକ୍ଷରୁ ମାନପତ୍ର ଓଉତ୍ତରୀୟ ଦେଇ ସମାନ୍ନୀତ କରାଯାଇଥିଲା l ରତ୍ନାକର ଦାସଙ୍କ ମଞ୍ଚ ପରିଚାଳନାରେ ପ୍ରକୃତି ପରିବେଶ ଓ ସାହିତ୍ୟର ପ୍ରଚାର ପ୍ରସାର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଯୁଗ୍ମ ସମ୍ପାଦକ ଅଭୟ କୁମାର ସାମଲ, ଗୌରାଙ୍ଗ ଚରଣ ଖିଲାର ମୋହନ କୁମାର ମଲ୍ଲିକ,କୋଷାଧକ୍ଷ ଭାଗିରଥି ସେଠୀ,ଏବଂ ସୁରେନ୍ଦ୍ର କୁମାର ପରିଡା, ହରିହର ସାମଲ, ନୃସିଂହ ସାମଲ,ବିଦ୍ୟୁତ ପ୍ରଭା ଦେଓ,ବିଶ୍ୱଜିତ ରାଉତ,ବାମନ ଚରଣ ବେହେରା,କବିତା ପାଠ ସହ ସହଯୋଗ କରିଥିବା ବେଳେ ପହି ପରିବାର ଅତିଥି ସତ୍କାର କରିଥିଲେ l ସଂସଦର ଉପସଭାପତି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l