ସାଇଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ମୁଖପତ୍ର ଉନ୍ମୋଚିତ

ହାଟଡ଼ିହି, : ସଢ଼ା ପଞ୍ଚାୟତର ନାଗାତୋଟା ଠାରେ ସାଇଚେତନା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବିତାପାଠୋତ୍ସବ ଓ ସଂସଦର ମୁଖପତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କିର୍ତ୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ମୁଖ୍ୟବକ୍ତା ଭାବେ ବନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶୁଭେନ୍ଦୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ବ୍ଲକର ବିଇଓ ଶରତ କୁମାର ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ର, ସୋସୋ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ବନ୍ତ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ବିଶିଷ୍ଟ ସାହିତ୍ୟକ ଗୋବିନ୍ଦ ଚନ୍ଦ୍ର ବାରିକ ପ୍ରମୁଖ୍ରମୁଖ ଯୋଗଦେଇ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସଂସଦର ଭୁମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାଇଚେତନା ସାହିତ୍ୟ ସଂସଦର ସମ୍ପାଦକ ଚତୁର୍ଭୁଜ ପହି ସ୍ୱାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନାରାୟଣ ଚନ୍ଦ୍ର ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ । କାଞ୍ଚନଲତା ଜେନା, ସୁରେନ୍ଦ୍ର କୁମାର ଜେନା ଓ ଦାଶରଥି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନାରାୟଣ ସାହୁ, ସୁବୋଧ ସାହୁ, ନରହରି ରାଉତ, ସୁରେନ୍ଦ୍ର କୁମାର ପରିଡା, କିର୍ତ୍ତନ ବିହାରୀ ଜେନା, ରଙ୍ଗାଧର ମହୁରୀ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ଉମାକାନ୍ତ ଜେନା, ଭାଗବତ ସାହୁ, ବିଜୟ ଧଳ, ଅନ୍ନପୁର୍ଣ୍ଣା ଜେନା, କୁଞ୍ଜ ବିହାରୀ ବିଶ୍ୱାଳ ପ୍ରମୁଖ କବି କବୟତ୍ରୀ ମାନେ ସେମାନଙ୍କ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ଅନ୍ତର୍ଯ୍ୟାମୀ ରାଉତଙ୍କ ସହଯୋଗରେ ସଂସଦର ମୁଖପତ୍ର “ସମ୍ଭାବନା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସହ ସମ୍ପାଦକ ଅଭୟ ସ୍ୱାଇଁ, ମୋହନ ମଲ୍ଲିକ, ହରିହର ମଲ୍ଲିକ, କୋଷାଧ୍ୟକ୍ଷ ଭାଗିରଥି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ