ସାଇଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ମୁଖପତ୍ର ଉନ୍ମୋଚିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ନାଗାତୋଟା ଠାରେ ସାଇଚେତନା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବିତାପାଠୋତ୍ସବ ଓ ସଂସଦର ମୁଖପତ୍ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କିର୍ତ୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବଉଳା ସାହିତ୍ୟ ସଂସଦର ସଭାପତି ବାଳକୃଷ୍ଣ ରାଉତ ଶିରିଡି ସାଇବାବାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର ସଭାପତି ପ୍ରଧ୍ୟାପକ ନାଟ୍ୟକାର ଓ ସମାଜସେବୀ ଡ. ସୁଧାଶୁଂ ନାୟକ , ମୁଖ୍ୟ ବକ୍ତା ଭାବେ ବନ୍ତ ସମ୍ବାଦ ସାହିତ୍ୟଘରର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ, ସମ୍ମାନୀତ ବକ୍ତା ଭାବେ ଉତ୍କଳମଣୀ ଶିଶୁ ସାହିତ୍ୟ ସମିତି ଆନନ୍ଦପୁରର ସଭାପତି ରତ୍ନାକର ଦାସ, ସମ୍ମାନୀତ ଅତିଥି ଭାବେ ସମ୍ବାଦ ସାହିତ୍ୟଘରର ହାଟଡିହିର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ସଭାପତି ପ୍ରତିମା ସ୍ୱାଇଁ, ଅତିôତ ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟର ଭୁମିକା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ ଚତୁର୍ଭୁଜ ପହି ସଂକ୍ଷେପରେ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଂସଦର ମୁଖ୍ୟ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସଂସଦର ମୁଖପତ୍ର “ସମ୍ଭାବନା’କୁ ଅତିଥିମାନେ ଉନ୍ମୋଚନ କରାଯାଇଥିଲା । ସାହିତ୍ୟିକ ଓ ସମାଜସେବୀ ସମ୍ମାନରେ କବି ନରହରି ରାଉତ ଓ ଶରତ ଚନ୍ଦ୍ର ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭକାଞ୍ଚନଲତା ଜେନା, ରମାକାନ୍ତ ଜେନା ଦାସରଥି ଜେନା ପ୍ରମୁଖଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଶଙ୍ଖାଳି ଚରଣ ରାଉଳ, ଜଗନ୍ନାଥ ପାତ୍ର, ଗଣେଷ ପ୍ରସାଦ କରଶର୍ମା, ବିଜୟ କୁମାର ଧଳ, ସୁଦାମ ଚରଣ ଜେନା, ସୁରେନ୍ଦ୍ର କୁମାର ପରିଡା, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ମୋହନ କୁମାର ମହାନ୍ତି, ସୁକାନ୍ତ ବେହେରା, ଭାଷ୍କର ଚନ୍ଦ୍ର ପାଢ଼ୀ, କିର୍ତ୍ତନ ବିହାରୀ ଜେନା, ଦୋଳଗୋବିନ୍ଦ ପାଗଳ, ବିଜୟା କୁମାରୀ ବେହେରା, ଅନ୍ନପୁର୍ଣ୍ଣା ଜେନା, ଶଶୀଭୂଷଣ ପୁହାଣ, ନାରାୟଣ ଚନ୍ଦ୍ର ସାହୁ, ଶଙ୍କର୍ଷଣ ଜେନା, ସୁଜାତା ଖୁଣ୍ଟିଆ, ଗୟାଧର ଦାସ, ବନମାଳୀ ଜେନା, ଭାଗିରଥି ସେଠୀ ପ୍ରମୁଖ ସ୍ୱରଚିତ କବିତା ମାନ ଆବୃତି କରିଥିଲେ । ଯୁଗ୍ମ ସମ୍ପାଦକ ଅଭୟ କୁମାର ସାମଲ, ବନମାଳୀ ସାହୁ, ମୋହନ କୁମାର ମଲ୍ଲିକ, ବିଦ୍ୟୁତପ୍ରଭା ଦେଓ ସରଳା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସଂସଦର ଉପସଭାପତି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିୀଥିଲେ । କରିଥିଲେ ।


