ସାଇଚେତନା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସାରସ୍ୱତ ସମାରୋହ
ହାଟଡିହି, (ବିକାଶ ବିଶ୍ୱାଳ):ସାଇଚେତନା ସାହିତ୍ୟ ସଂସଦ ସଢ଼ାର ବାର୍ଷିକ ଉତ୍ସବ ଓ ସାରସ୍ୱତ ସମାରୋହ ଆଜି ନାଗାତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କିର୍ତ୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗାୟକ ତଥା ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ , କବି ତଥା ସାହିତି୍ୟକ ଡ.ନାରାୟଣ ଚନ୍ଦ୍ର ସେନାପତି, ସମ୍ମାନୀତ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ, କବି ଭାସ୍କାର ଚନ୍ଦ୍ର ପାଢ଼ୀ, ସଂଯୋଗୀ ସଜଫୁଲର ଘଟଗାଁର ସମ୍ପାଦକ ବାବୁଲାଲ ପଲେଇ ପ୍ରମୁଖ ଯୋଗଦେଇ ସାହିତ୍ୟର ପ୍ରଚାର ପ୍ରସାର ଓ ଭୁମିକା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ସାହିତ୍ୟକ ଓ କବିମାନେ ପୁରସ୍କାର ପଛରେ ନଗୋଡାଇ ଏପରି କଲମ ଚାଳନା କରନ୍ତୁ ଯେପରି ପାଠକମାନେ ସେମାନଙ୍କ କବିତା ଓ ଲେଖା ଗୁଡିକୁ ପାଇବା ପାଇଁ ଖୋଜିବୁଲିବେ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ସହସମ୍ପାଦକ ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂସଦର ସମ୍ପାଦକ ତଥା ପୁର୍ବତନ ଏବିଇଓ ଚତୁର୍ଭୁଜ ପହି ସଂସଦର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ସମ୍ଭାବନା’ କୁ ଅତିତôମାନେ ଲୋକାର୍ପଣ କରିଥିବାବେଳେ କବି, ସାହିତି୍ୟକ, ଲେଖକ ତଥା ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ କବିତା ‘କୈଶୋର ମଞ୍ଜରୀ’ ଓ ଶିକ୍ଷାବିତ ଜଗନ୍ନାଥ ପାତ୍ରଙ୍କ ଲିଖିତ ‘ପୁରାଣ ପୃଷ୍ଠାର ନାରୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କବି ଅଧ୍ୟାପକ ବାଇଡଙ୍କ ବାବା ଓ ସଂସଦର ଉପସଭାପତି କବି କାଞ୍ଚନଲତା ଜେନାଙ୍କ ସଂଯୋଜନାରେ କବି ମୁରଲୀଧର ବେହେରା, ସୁରେନ୍ଦ୍ର ପରିଡା, ଦାଶରଥି ଜେନା, ସୁବୋଧ ସାହୁ, ସରଳା ମହାପାତ୍ର, ଅଭୟ ସାମଲ, ବିଜୟା ବେହେରା, ବନମାଳୀ ଜେନା, ଅନନ୍ତ ଚରଣ ମୁଦୁଲି, ଗୟାଧର ଦାସ, ରଙ୍ଗାଧର ମହୁରୀ, ଶଶିଭୂଷଣ ପୁହାଣ, ଶଙ୍ଖାଳି ଚରଣ ରାଉଳ, ଅଲେଖ ନାୟକ, ସୁଷମା ମଞ୍ଜରୀ ମିଶ୍ର, ସୁକାନ୍ତ ବେହେରା, ନରହରି ପାତ୍ର, ସୁଦାମ ଚରଣ ଜେନା, ବଳରାମ ଜେନା, ହେମନ୍ତ କୁମାର ନାୟକ, ଧୃବାନନ୍ଦ ସେଠୀ, ପ୍ରତିମା ସ୍ୱାଇଁ, ଅଶୋକ ଦାସ ପ୍ରମୁଖ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ସଂସଦର ଉପସଭାପତି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ କୋଷାଧ୍ୟକ୍ଷ ଭାଗିରଥି ସେଠୀ, ଅଭୟ ସାମଲ, ନାଗାତୋଟା ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


