ସାଇନଫ୍ଲୁ ରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ସାଇନଫ୍ଲୁରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପରିଚୟ ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ ଇଞ୍ଜିନିୟର ଜ୍ୟୋତିର୍ମୟ ସୁଆର(୩୬) ବୋଲି ଜରାପଡିଛି । ସେ ରାଜସ୍ଥାନର ଜୟପୁରରେ ହୋଣ୍ଡା କମ୍ପାନୀରେ ମେକାନିକାଲ ଇଞ୍ଜନିୟର ଭାବେ କାର୍ଯ୍ୟ କରୁଥିବାବେଳେ ସେ ସାଇନଫ୍ଲୁରେ କିଛି ମାସ ହେଲା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କର ଅକାଳ ମୃତ୍ୟୁ ହୋଇଛି ।ସେ ଜଣେ ମେଧାବୀ ଓ ପରୋପକାରୀ ଯୁବକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ସେ ଗତ ଦୁଇବର୍ଷ ପୁର୍ବେ ବିବାହ କରିଥିବାବେଳେ ୩ମାସର ଏକ ଶିଶୁପୁତ୍ର ଅଛି । ତାଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଜୟପୁରରୁ ଅଣାଯିବାପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବାର ବ୍ୟବସ୍ଥା କରାଯାଇଥିବା ପରିବାର ଲୋକେ କହିଛନ୍ତି ।