ସାଇବର ଅପରାଧ ରୋକିବା ନିମନ୍ତେ ଲୋକଙ୍କୁ ସଚେତନତା କରାଇଲେ

ଛତ୍ରପୁର, (ଦେବଦତ୍ତ ମହାରଣା):ସାଇବର ଅପରାଧିକ କାର୍ଯ୍ୟକଳାପ ରୋକିବା ଏବଂ ଠକାମୀ ଶିକାରରୁ ମୁକ୍ତି ପାଇଁ ଶନିବାର ସାଇବର ସୁରକ୍ଷା ଅଭିଯାନ ରଥ ଛତ୍ରପୁର ଠାରେ ପହଞ୍ଚିଥିଲ।। ସେଠାରେ ଛତ୍ରପୁର ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଅପରାହ୍ନ ୫ଟାରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରୁ ଏକ ସଚେତନତା ରାଲି ବାହାରି ଛତ୍ରପୁର ସହର ପରିକ୍ରମା କରି ଅନସ୍ଲୋ ମିନିଷ୍ଟାଡିୟମ ଠାରେ ପହଞ୍ଚିଥିଲ।। ଏଥିରେ ଗଂଜାମ ଏସପି ଜଗମୋହନ ମୀନା, ଅତିରିକ୍ତ ଏସପି ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସ ରଂଜିତ କୁମାର ପୃଷ୍ଟି , ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା, ଡିଏସପି ସୁଜିତ କୁମାର ନାୟକ, ଛତ୍ରପୁର ଏସଡିପିଓ ଗୈାରହରୀ ସାହୁ, ଛତ୍ରପୁର ଥାନା ଅଧିକାରୀ ନୀରୋଦ କୁମାର ଦାଶ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ଏଲଡିଏମ କେ.ସି ନାୟକ, ୟୁନିୟନ ବ୍ୟାଙ୍କ ଛତ୍ରପୁର ମୁଖ୍ୟ ଶାଖାର ପରିଚାଳକ ନଳିନୀ ରଂଜନ ସାହୁ, ସାଇବର ସୁରକ୍ଷା ଟିମ,ଛତ୍ରପୁର ଥାନା ର ବହୁ ପୋଲିସ କର୍ମଚାରୀ , ପ୍ରତିଭା ଆବାସୀକ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ରୋଟାରୀ କ୍ଲବର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା, ଛତ୍ରପୁର ଡିଷ୍ଟ୍ରିବୁଟର ଆସୋସିଏସନର କର୍ମକର୍ତ୍ତା ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ସାମିଲ ହୋଇ ଜନସାଧାରଣଙ୍କୁ ସାଇବର ଠକେଇ ରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରିଥିଲେ । ପ୍ରାରମ୍ଭରେ ଏହି ରାଲିକୁ ଗଂଜାମ ଏସପି ଜଗମୋହନ ମୀନା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ନିଜେ ଚାଲି ଚାଲି ଜନସାଧରଣ ଓ ଯୁବପିଢୀମାନଙ୍କୁ ସଚେତନତା କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ