ସାଇବର କ୍ରାଇମ- ପରିବା ବ୍ୟବସାୟୀ ଠାରୁ ଲୁଟିନେଲେ ୪୨ହଜାର
ହାଟଡ଼ିହି,: ସାଇବର କ୍ରାଇମ ଠକାମିର ଶିକାର ନହେବାପାଇଁ ସରକାରଙ୍କ ଯେତେ ସଚେତନତା ପରେବି ଲୋକମାନେ ସୁଧୁରିପାରୁ ନାହାନ୍ତି । ଲୁଟେରାମାନେ ଟେଲିଫୋନ ମାଧ୍ୟମରେ ବ୍ୟାଙ୍କ ଏକାୁଣ୍ଟ ନମ୍ବର ମାଗି ଗୋଟିଏ ପରେ ଗୋଟିଏ ଠକାମୀ କରିଚାଲିଥିଲେବି ତଦନ୍ତକାରୀ ସଂସ୍ଥାମାନେ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନି । ଗତ ଶନିବାର ଦିନ ଏହିପରି ଏକ ଠକାମୀର ଶୀକାର ହୋଇଛନ୍ତି ଜଣେ ଗରିବ ପରିବା ବ୍ୟବସାୟୀ । ବିଦ୍ୟାଧରପୁର ବଜାରରେ ପରିବା ବ୍ୟବସାୟ କରୁଥିବା ବାଲିବରେଇର ଚନ୍ଦନ କୁମାର ଚକ୍ରଙ୍କ ନିକଟକୁ ଗତ ୫ତାରିଖ ଦିନ ଐ୮୯୮୦୩୦୫୯୪୬ ନମ୍ବରରୁ ଏକ ଫୋନ କଲ ଆସିଥିଲା । ତୁମ ଏଟିଏମ ବ୍ଲକ ହୋଇଯାଇଛି ବୋଲି କହି ତଥ୍ୟ ମାଗିଥିଲେ । ଏହାର କିଛି ସମୟପରେ ତାଙ୍କ ଏକାଉଣ୍ଟରୁ ୪୨ହଜାର ଟଙ୍କା କଟିଯାଇଥିଲା । ପରେ ସେ ଠକାମୀର ଶୀକାର ହୋଇଥିବା ଜାଣିବାପରେ ପୁଲିସକୁ ଅବଗତ କରାଇଥିଲେବି ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା ବୋଲି ଚନ୍ଦନ କହିଛନ୍ତି । ଟ୍ରୁ କଲରରେ ଏହି ନମ୍ବରଟି ଜମିର ଖାନଙ୍କର ବୋଲି ଦେଖାଯାଉଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ନିୟମିତ ଏଥିଲାଗି ସଚେତନ କରାଯାଉଥିଲେବି ଲୋକମାନେ କାହିଁକି ପୁଣି ଠକାମିର ଶୀକାର ହେଉଛନ୍ତି ।