ସାଇବର ସୁରକ୍ଷା ନେଇ ଘରକୁ ଘର ବୁଲି ସଚେତନତା

ପୋଲସରା, (ଅନିଲ କୁମାର ମହାରଣା):ସାରା ଦେଶରେ ସାଇବର ଠକେଇ ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ଏହି ସାଇବର ଠକେଇ କୁ ରୋକିବା ଲାଗି ଗଞ୍ଜାମ ପୋଲିସ ଜିଲାରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ବିଭିନ୍ନ ଅଞ୍ଚଳ ବୁଲି ସମସ୍ତଙ୍କୁ ସଚେତନ କରାଇଉଛନ୍ତି। ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ, ଏଏସଆଇ ସୁସ୍ମିତା ପଣ୍ଡା, ଏଏସଆଇ ରମଣ ଶବର ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଲକ୍ଷ୍ମଣ ପଲ୍ଲୀ ଗ୍ରାମରେ ଘରକୁ ଘର ବୁଲି ସାଇବର ଠକେଇରୁ କିପରି ଦୁରେଇ ରହିବା ବୁଝାଇଥିଲେ। ଇଣ୍ଟରନେଟ ବ୍ୟବହାର ରେ ନୈତିକ ନିୟମ, ଇଣ୍ଟରନେଟ ସୁରକ୍ଷା ଅଭ୍ୟାସ, ସୋସିଆଲ ମିଡ଼ିଆ ବ୍ୟବହାର ରେ ସତର୍କତା, ଗେଇମିଙ୍ଗ ଆପ୍ଲିକେସନ, ଆର୍ଥିକ କାରବାର ଜଡିତ ସୁରକ୍ଷା ଆଦିକୁ ନେଇ ସଚେତନ କରାଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ