ସାଇବର ସୁରକ୍ଷା ସଚେତନ ରାଲି ଅନୁଷ୍ଠିତ

ଗୋପାଳପୁର, (ଅନିଲ କୁମାର):ରାଜ୍ୟ ସରକାରଙ୍କ ଗୁହ ବିଭାଗ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନ ଅଭିଯାନରେ, ଆଜି ଗୋପାଳପୁର ବେଳା ଭୂମି ଠାରେ ଏକ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି, ଗୋପାଳପୁର ପୋଲିସ ଥାନା ଅଧିକାରୀ ଶ୍ରୀ, ବିବେକାନନ୍ଦ ସ୍ୱାଇଁଙ୍କ ସଭାପତିତ୍ବରେ ଶନିବାର ସନ୍ଧ୍ୟାରେ ଗୋପାଳପୁର ସେଲ୍ଫି ପଏଣ୍ଟ ନିକଟରେ ଅନୁଷ୍ଠିତ ସାଇବର ସଚେତନା ରାଲିରେ ବ୍ରହ୍ମପୁର ଏସପି. ଶ୍ରୀ ସର୍ବଣ ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସାଇବର ଠକେଇ ନେଇ ଅବଗତ କରିବା ସହ କିପରି ସାଇବର ଠକେଇରୁ ନିଜକୁ ବଞ୍ଚାଇ ପାରିବେ ସେ ନେଇ ଅବଗତ କରିଥିଲେ, ସେ କହିଥିଲି ଯେ ସାଇବର ଠକଙ୍କୁ ଉଚିତ ମୁକାବିଲା କରିବା ସହ ବ୍ୟସ୍ତ ନ ହୋଇ ସଠିକ କାର୍ଯ୍ୟ କଲେ ଠକାମିରୁ ବଞ୍ଚି ପାରିବ , ସମ୍ମାନିତ ଅତିଥି ଭାବେ କନିସି ତହସିଲଦାର ଶ୍ରୀ, ପ୍ରଳାୟନନ୍ଦ ଶତପଥି ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସାଇବର ଠକାଇରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାୟ ଉପଦେଶ ଦେଇଥିଲେ, ସେହିପରି ଅନ୍ୟ ତମ ସମ୍ମାନିତ ଅତିଥି ଭାବେ ଗୋପାଳପୁର ଏନଏସିର ନିର୍ବାହୀ ଅଧିକାରୀ ଶ୍ରୀ ମାନସରଞ୍ଜନ ମଲ୍ଲିକ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ସାଇବର ଠକେଇରୁ ବଞ୍ଚିବାର ବିଭିନ୍ନ ଉପଯୋଗୀ ଉପଦେଶ ମାନ ଦେଇଥିଲେ, ସଭା କାର୍ଯ୍ୟ ଶେଷରେ ସେଠାରୁ ପ୍ରାୟ ସାତଶହରୁ ଉର୍ଦ୍ଧ ବୟଜେଷ୍ଟ, ମହିଳା, ଛାତ୍ର, ଛାତ୍ରୀ, ଯୁବକଙ୍କ ସମେତ ବହୁ ବୃଦ୍ଧିଜୀବି ବିଭିନ୍ନ ସ୍ଲୋଗାନ ଦେଇ ପଦ ଯାତ୍ରାରେ ଗୋପାଳପୁର ବେଳା ଭୂମି ପର୍ଯ୍ୟନ୍ତ ଯାଇ ଥିଲେ, ଏହି ଅବସରରେ ସଦର ଏସଡିପିଓ ଶ୍ରୀ ଶିବଶଙ୍କର ମହାପାତ୍ର, ହେଡ଼ କ୍ୱାଟର ଡ଼ିଏସପି ଶ୍ରୀ. ଅକ୍ଷୟ ନାୟକ, ଗୋପାଳପୁରର ଯୁବ ସମାଜ ସେବି ଶ୍ରୀ ଏମ. ଶିବ ପାତ୍ର, ଏନଏସି ଉପାଧ୍ୟାକ୍ଷା ବି. ଉମା, କାଉଁ ସିଲର ବି. କ୍ରିଷ୍ଣା, ଏନଏସି ଅଧକ୍ଷ ଜାନକୀ ରାମ, ବି. କଲ୍ୟାଣ, ରଘୁରାମ ସାହୁ, ଜି. ସତ୍ୟୟାଙ୍କ ସମେତ ଏନଏସିର ସମସ୍ତ କାଉଁ ସିଲର ବୃନ୍ଦ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ. ଏଠାରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା ଏଥିସହ ସ୍ଥାନୀୟ ଗୋପାଳପୁର ପିଏମ ହାଇସ୍କୁଲର ବିଦ୍ୟାଥ୍ରୀ ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ