ସାଇରାମ ଗାନ୍ଧୀ ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶ୍ୱରେ ଶାନ୍ତି ପାଇଁ ହିଂସା ବଦଳରେ ଅହିଂସା ପଥ ହିଁ ସର୍ବଶ୍ରେଷ୍ଠ ମାର୍ଗ । ତେଣୁ ଯେକୌଣସି ସମସ୍ୟା ଘଟୁଛି, ସମାଧାନ ପାଇଁ ଅହିଂସା ରାସ୍ତା ଅପଣାଇବା ଉଚିତ ବୋଲି ଓଡ଼ିଶାର ସାଇରାମ ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ୫.୬.୨୦୨୨ ରିଖ ଜୟଦେବ ଭବନଠାରେ ଦିବା ୧୧ ଘଟିକାରେ ଅନୁଷ୍ଠିତ ଜଗା ପାଇଁ ଗଛଟିଏ ଲଗା ଅଭିଯାନର ଶୁଭାରମ୍ଭ ଅବସରରେ ସମସ୍ତ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବ, ବୃକ୍ଷପ୍ରେମୀ, ପରିବେଶବିତ୍‌, କଳାକାର, କ୍ରୀଡ଼ାବିତ୍‌, ରାଜନେତା, ପ୍ରଶାସକ, ପ୍ରଶାସିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଚାରା ବଣ୍ଟନ ସହିତ ବୃକ୍ଷରୋପଣ କରାଯିବ । ସାମ୍ପ୍ରତିକ ପରିସ୍ଥିତିରେ ଯେଉଁଭଳି ଭାବରେ ବୃକ୍ଷ ଛେଦନ ଚାଲିଛି, ତାର ଭୟଙ୍କର ପରିଣତି ଜୀବଜଗତ ଉପରେ ପଡୁଛି । ବୃଦ୍ଧି ପାଉଛି ବିଶ୍ୱ ତାପମାନ । ଯଦି ଆମେ ବିକାଶ ନାଁରେ ଗଛ କାଟି ଚାଲିବା ତେବେ ଆମ ପରବର୍ତ୍ତୀ ପିଢୀକୁ ଅମ୍ଲଜାନ ମିଳିବ ନାହିଁ । ବର୍ଷା ହେବନି । ନଦୀ, ନାଳ, ପୋଖରୀ ଇତ୍ୟାଦିରୁ ପାଣି ଶୁଖିଯିବ । ଦ୍ୱିତୀୟରେ ଆମ ରାଜ୍ୟ ଓଡ଼ିଶା ବର୍ଷର ଅନେକ ସମୟରେ ଗୁଡ଼ାଏ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଥାଏ । ପ୍ରାକୃତିକ ଦୁର୍ବିପାକ ପ୍ରଭାବରେ ଅନେକ ବୃକ୍ଷ ଉପୁଡ଼ିଯାଇ ଭୂଇଁ ତଳେ ଲୋଟି ପଡ଼ିଥାଏ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି, କଳିଙ୍ଗ ଭାରତୀ ଫାଉଣ୍ଡେସନ, ଦିଶା ଓ ସାଇରାମ ଗାନ୍ଧୀ ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରେ ଆସନ୍ତୁ ସଂକଳ୍ପ ନେବା, ବହୁଳ ମାତ୍ରାରେ ବୃକ୍ଷରୋପଣ କରି ଏକ ସୁସ୍ଥ, ସବୁଜ ଓ ସୁନ୍ଦର ସମାଜ ଗଠନ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ