ସାଇଲେଣ୍ଟ ମୋଡ୍ରେ ଥିବା ଫୋନ୍ ପାଉନଥିଲେ
ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି । ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ । କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି । ମୋବାଇଲ ଦ୍ୱାରା ଅନ୍ଲାଇନରେ ସବୁ କିଛି ହାଇପାରୁଛି । ଶପିଂଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଏହା ଦ୍ୱାରା ସମ୍ଭବ ହୋଇପାରୁଛି । ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । କିନ୍ତୁ ଫୋନ୍ ଯଦି ସାଇଲେଣ୍ଟ ମୋଡ୍ରେ ଥାଏ ଖୋଜିବା ପାଇଁ ସମୟ ଲାଗେ । ବ୍ୟସ୍ତ ହୋଇପଡ଼ନ୍ତି ଆପଣ । ବର୍ତ୍ତମାନ ଆଉ ଆଦୌ ବିବ୍ରତ ହୁଅନ୍ତୁ ନାହିଁ । ଏହାକୁ କେମିତି ପାଇବେ ଏ ସମ୍ପର୍କରେ ଜାଣନ୍ତୁ ।
୧.ଫୋନ୍ ନ ମିଳିଲେ ଆଣ୍ଡ୍ରଏଡ୍ ଡିଭାଇସ ମ୍ୟାନେଜର ବ୍ୟବହାର କରନ୍ତୁ ।
୨. ଗୁଗୁଲ ଆଇଡିରୁ ମିଳୁ ନ ଥିବା ଫୋନ୍ ଆକ୍ସସେସ୍ କରନ୍ତୁ । ଆଉ ଏକ ଫୋନ୍ରୁ ଇଣ୍ଟରନେଟ୍ ବ୍ରାଉଜର ଖୋଲନ୍ତୁ ।
୩.ପରେ ଆଣ୍ଡ୍ରଏଡ୍ ଡିଭାଇସ ମ୍ୟାନେଜର ଦ୍ୱାରା ସେଥିରେ ଇଂରାଜୀରେ ‘ଫାଇଣ୍ଡ୍ ମାଇ ଫୋନ୍’ ଲେଖନ୍ତୁ ।
୪. ଏହା ପରେ ଗୁଗୁଲ ଆଇଡିରେ ସାଇନ୍ ଇନ୍ ଅପସନ୍ ଆସିବ । ସେଥିରେ ନିଜ ଫୋନ୍ ଆଇଡି ଲେଖି ଇନ୍ କରନ୍ତୁ ।
୫.ଏଥିରେ ରିଙ୍ଗ୍, ଲକ୍ ଓ ଇରେଜ ଅପସନ ଆସିବ ।
୭. ରିଙ୍ଗ୍ ଅପସନରେ କ୍ଲିକ୍ କଲେ ସାଇଲେଣ୍ଟ ମୋଡ୍ରେ ଥିବା ଫୋନ୍ ରିଙ୍ଗ୍ ହେବ ।