ସାଇ ଗୃପ ଅଫ ଇନ୍‌ଷ୍ଟିଚ୍ୟୁସନ୍ ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାଇ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରୁପ୍‌ର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ଅଧ୍ୟକ୍ଷତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ଫୁଲଗଛର ଚାରା ରୋପଣ କରାଯାଇଥିଲା । ଏଥିସହିତ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ସହିତ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷର ଚାରା ରୋପଣ କରିବାକୁ ଆହ୍ୱାନ ଦିଆଯାଇଥିଲା । ସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ଅଧିନରେ ସାଇ କଲେଜ ଅଫ୍ ନର୍ସିଂ, ସାଇ କଲେଜ ଅଫ୍ ଫିଜିଓଥେରାପି ଯାଜପୁର ଜିଲ୍ଲାର ଯାଜପୁର ରୋଡ୍‌ରେ ୨୦୨୨ମସିହା ଠାରୁ ଚାଲୁଅଛି । ଏହି ଶିକ୍ଷାନୁଷ୍ଠାନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଛାତ୍ରାବାସରେ ରହି ଅଧ୍ୟୟନ କରୁଛନ୍ତି । ଏହାବ୍ୟତିତ ସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଅଧିନରେ ବିଏସସି ନର୍ସିଂ, ଜିଏନଏମ, ଫିଜିଓଥେରାପି, ଡିଏମଏଲଟି, ଡିଏମଆରଟି ଓ ଡି ଫାର୍ମ ଭଳି ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କୋର୍ସରେ ଚଳିତ ୨୦୨୫ମସିହା ପାଇଁ ଛାତ୍ରଛାତ୍ରୀଙ୍କ ଆଡମିସନ ଚାଲିଛି । ଏହି କାର୍ଯ୍ୟକ୍ରମରେ ଗ୍ରୁପର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ନାୟକ, ଅନୁଷ୍ଠାନର ପ୍ରଦୀପ କୁମାର ନାୟକ, ଆଶୁତୋଷ ଦାସ, ପର୍ଶୁରାମ ଲେଙ୍କା, ଦିଲ୍ଲିପ କୁମାର ଜେନା, ଦୋଳଗୋବିନ୍ଦ ସେଠୀ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ରୋଜାଲିନ ଜଟ ଓ ଅନ୍ନପୂର୍ଣ୍ଣା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ