ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲର ନର୍ସରୀ ଛାତ୍ର “ଇଣ୍ଡିଆ ବୁକ ଅଫ ରେକର୍ଡ ” ରେ ସ୍ଥାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ନୁଆସାହିରେ ଥିବା ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲର ନର୍ସରୀ ଶ୍ରେଣୀରେ ପଢ଼ୁଥିବା ଶିଶୁ ଛାତ୍ର ଆଦଭିକ ପାଢ଼ୀ (୩.୪ ବର୍ଷ) କୌତୁହଳ ପୂର୍ଣ୍ଣ ଭାବରେ ବିଭିନ୍ନ ପ୍ରକାର ସାଧାରଣ ଜ୍ଞାନ ପ୍ରଶ୍ନ ଗୁଡିକର ଉତ୍ତର ଦେଇ “ଇଣ୍ଡିଆ ବୁକ ଅଫ ରେକର୍ଡ ” ୨୦୨୪ ରେ ସ୍ଥାନ ପାଇଛନ୍ତି l ଏଥି ନିମନ୍ତେ “ଇଣ୍ଡିଆ ବୁକ ଅଫ ରେକର୍ଡ- ୨୦୨୪ ତରଫରୁ ଆଇବିଆର ଆଚିଭର ର ଏକ ସାର୍ଟିଫିକେଟ ଏବଂ ସ୍ବର୍ଣ୍ଣପଦକ ପ୍ରାପ୍ତ କରିଛି l ଛାତ୍ରଙ୍କ ବାପା ବାଲିଗୁଡା ଭଗାମୁଣ୍ଡା ସାହି ରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ବିଭୁତି ଭୂଷଣ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ଏକ ମାତ୍ର ପୁତ୍ର ଅଟନ୍ତି l ଏହାକୁ ଦୃଷ୍ଟିରେ ରଖି ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଏଠାରେ ପଢ଼ୁଥିବା ସମସ୍ତ ଶିଶୁ ତଥା ଆଦଭିକ ପାଢ଼ୀଙ୍କର ସମସ୍ତ ପରିବାରଙ୍କର ଉପସ୍ଥିତିରେ ବିଦ୍ୟାଳୟ ପରିସର ମଧ୍ୟରେ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବି ନାରାୟଣ ମିଶ୍ର ଏବଂ କୁଳପତି ଅଭିଜିତ ମିଶ୍ର ସମସ୍ତ ଶିଶୁଙ୍କୁ ଉକ୍ତ ବିଦ୍ୟାର୍ଥୀଙ୍କ ଭଳି କିପରି ବିଦ୍ୟାଳୟ ତଥା ପିତାମାତା ଙ୍କର ଏବଂ ପରିବାର ବର୍ଗଙ୍କର ନାମ ସମାଜରେ କିପରି ଟେକ ରଖିପାରିବେ, ତାକୁ ଦୃଷ୍ଟିରେ ରଖି ପ୍ରେରଣା ଯୋଗାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ