ସାଉଥରେ ରିମେକ୍ ହେବ ଆୟୁଷ୍ମାନଙ୍କ ଫିଲ୍ମ
ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ଭଲ କାହାଣୀ ଉପରେ ଆଧାରିତ ସିନେମାରେ ଅଭିନୟ କରି ଏକ ନିଆରା ଛବି ସୃଷ୍ଟି କରିଛନ୍ତି। ଏହିକ୍ରମରେ ତାଙ୍କ ଫିଲ୍ମ ସବୁର ରିମେକ ଦକ୍ଷିଣ ଭାରତରେ ହେବାକୁ ଯାଉଥିବାରୁ ଆୟୁଷ୍ମାନ ବହୁତ ଖୁସି ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ ଫିଲ୍ମ ଭାଷା, ସଂସ୍କୃତି ଓ ସୀମା ପାର୍ କରିବାର କ୍ଷମତା ରଖିଛି। ଏ ପର୍ଯ୍ୟନ୍ତ ହୋଇଥିବା ତାଙ୍କ ସୁପରହିଟ୍ ଫିଲ୍ମ ସବୁର ରିମେକ୍ ଦକ୍ଷିଣ ଭାରତୀୟ ସିନେମାରେ କରାଯିବ। ସେଥିମଧ୍ୟରୁ ’ଅନ୍ଧାଧୂନ’ ସିନେମା ତେଲୁଗୁ ଓ ତାମିଲ୍ ଭାଷାରେ ରିମେକ୍ ହେବାକୁ ଯାଉଥିବାବେଳେ ’ଡ୍ରିମଗାର୍ଲ’ ତେଲୁଗୁରେ ଓ ’ଭିକ୍କି ଡୋନର’ ତାମିଲ ଭାଷାରେ ନିର୍ମାଣ କରାଯାଇଛି। ଏହାବ୍ୟତୀତ ’ଆଟିର୍କିଲ୍ ୧୫’କୁ ତାମିଲରେ ଓ ’ବଧାଇ ହୋ’କୁ ତେଲୁଗୁ ଭାଷାରେ ରିମେକ୍ କରାଯିବାକୁ ବିଚାର କରାଯାଉଛି। ଆୟୁଷ୍ମାନ ଏହା ଉପରେ କହିଛନ୍ତି ଯେ ତାଙ୍କର ଅନେକଗୁଡ଼ିଏ ସିନେମା ରିମେକ୍ ହେବାକୁ ଯାଉଥିବାରୁ ଓ ହୋଇଥିବାରୁ ଏହା ତାଙ୍କୁ ବହୁତ ସନ୍ତୁଷ୍ଟ ଓ ଅଭିଭୂତ କରୁଛି। ସିନେମାର ଅସଲ ପରୀକ୍ଷଣ ହେଉଛି ଯେ ସିନେମାଟି କେତେ ସାର୍ବଜନୀନ ବୋଲି ସେ ଭାବନ୍ତି। କାରଣ ଆମେ ଦେଖିଛୁ ଫିଲ୍ମରେ ଭାଷା, ସଂସ୍କୃତି ଓ ସୀମାକୁ ପାର୍ କରିବାର କ୍ଷମତା ରହିଛି। ସେ ଆଗରୁ ମଧ୍ୟ କହିଛନ୍ତି ଯେ ଫିଲ୍ମର କାହାଣୀକୁ ନେଇ ମୋର ଥିବା ବିଶ୍ବାସକୁ ଆହୁରି ଦୃଢ଼ କରିବା ସହିତ ତାଙ୍କୁ ସ୍କ୍ରିପ୍ଟ ଉପରେ ଆହୁରି କାମ କରିବା ଉଚିତ। ଯାହାଫଳରେ ତାଙ୍କର ଥିବା ଏହି ଭିନ୍ନ ଛବିକୁ ଅକ୍ଷୁଣ୍ଣ ରଖିପାରିବେ ଓ ସିନେମାଘରେ କିଛି ନୂଆ ଭେଟି ଦେଇପାରିବେ ବୋଲି ଆୟୁଷ୍ମାନ କହିଛନ୍ତି।


