ସାଉଥ୍କୋ କାର୍ଯ୍ୟରତ ମିଟର ରିଡର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍ ) ; ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟରତ ସାଉଥ୍କୋ ମିଟର ରିଡର ମାନଙ୍କ ସରକାର ଅଣଦେଖା ନେଇ ଆଜି ସାଉଥ୍କୋ ମିଟର ରିଡର କର୍ମଚାରୀ (ଆସିକା) ସଂଘର ସମସ୍ତ କର୍ମଚାରୀ ମାନେ ସେମାନଙ୍କ ଦାବୀନେଇ ଗଂଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମ୍ଭେମାନେ ଦୀର୍ଘ ୧୫ବର୍ଷ ଧରି ବିଭିନ୍ନ ଠିକା ସଂସ୍ଥା ଅଧିନରେ ରହି ସାଉଥ୍କୋ ୟୂଟିଲିଟିର ମିଟର ବିଲ୍ ପ୍ରସ୍ତୁତ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ ରହି ସାଉଥ୍କୋ ୟୂଟିଲିଟିର ବିଲ୍ ବଣ୍ଟନ କାର୍ଯ୍ୟକୁ ସୂଚାରୁ ରୂପେ କରିଆସୁଅଛୁ । କିନ୍ତୁ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ ଉକ୍ତ ମିଟର ରିଡିଙ୍ଗ କାର୍ଯ୍ୟକୁ ସ୍ୱୟଂ ସହାୟକ (ଏସଏଚଜି) କୁ ପ୍ରଦାନ ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜାଣିବାକୁ ମିଳିଛି । ଏହା କାର୍ଯ୍ୟକାରୀ କରିବା ଦ୍ୱାରା ଆମ୍ଭେ ସାଉଥ୍କୋ ୟୂଟିଲିଟିରେ କାର୍ଯ୍ୟରତ ପ୍ରାୟ ୧୪୦୦ ମିଟର ରିଡର ଓ ଆମ୍ଭ ମାନଙ୍କ ପରିବାର ବହୁ ଅସୁବିଧାରେ ପଡିବୁ । କାରଣ , ଆମ୍ଭେ ଓ ଆମ୍ଭର ପରିବାର ଉକ୍ତ ସାଉଥ୍କୋ ୟୂଟିଲିଟିର ମିଟର ରିଡିଙ୍ଗ କାର୍ଯ୍ୟ ଉପରେ ସଂପୂଣ୍ଣ ନିର୍ଭର କରି ନିଜର ପରିବାର ପ୍ରତି ପୋଷଣ କରିଆସୁଛୁ । ତେଣୁ ଆମ୍ଭ ମାନଙ୍କ ଅଣଦେଖା ନକରି ଉପଯୁକ୍ତ ନ୍ୟାୟ ସମ୍ମତ ନିଷ୍ପ୍ତ୍ତି ପ୍ରଦାନ ପାଇଁ ଦାବୀ କରିଛନ୍ତି ।