ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଫୋନ୍ରେ ଆଲୋଚନା ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ
ନୂଆଦୀଲ୍ଲି: ଭାରତ ଏବଂ ସାଉଦି ଆରବ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଅଧିକ ସହଯୋଗ ସହ ଉଭୟ ଦେଶ ମଧ୍ୟରେ ରଣନୈତିକ ସଂର୍ପକକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇ ଉଭୟ ମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି । ବିଶ୍ୱ ଭୌଗଳିକ-ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନେଇ ପ୍ରଧାନ ଭାରତର ଉଦ୍ବେଗ ସଂର୍ପକରେ ଅବଗତ କରାଇ ଥିଲେ ।
ଓପେକ ଏବଂ ଓପେକ ପ୍ଲାସ୍ ରାଷ୍ଟ୍ର ସମୁହ ସହ କଥାବାର୍ତା ଆଧାରରେ ଅଶୋଧିତ ତୈଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସାଉଦି ଆରବିଆ ଗୁରୁତ୍ୱ ଦେବା ନେଇ ଆଲୋଚନ କରିଛନ୍ତି । ଭାରତ ଶକ୍ତି କ୍ଷେତ୍ରରେ ସାଉଦି ଆରବ ଯୋଗଦାନ ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂର୍ପକ ମଜଭୁତ ହେବାନେଇ ଗୁରୁତ୍ୱାରୋପ କରିଛନ୍ତି । ତୈଳ କ୍ଷେତ୍ରରେ ସାଉଦିର ପୁଞ୍ଜି ନିବେଶର ଟେଲିଫୋନ ଯୋଗେ ସମିକ୍ଷା କରିଥିଲେ ଦୁଇ ମନ୍ତ୍ରୀ ।


