ସାକ୍ଷୀମାନେ ହାଜର ନ ହେବା ଯୋଗୁଁ ବ୍ରହ୍ମପୁର ଜେଲକୁ ଫେରିଲେ ମାଓନେତା ସବ୍ୟସାଚୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଭିନ୍ନ ଭିନ୍ନ ମକଦ୍ଦମା ରହିଥିବାରୁ ଏହାର ବିଚାର ଗଜପତି ଜିଲ୍ଲା କୋର୍ଟରେ ଚାଲୁ ରହିଛି । ହେଲେ କେତେକ ମାମଲାରେ ବିଚାର ପାଇଁ ମାଓନେତା ସବ୍ୟସାଚୀ ପଣ୍ଡା ଗତ ମଙ୍ଗଳବାର ଓ ବୁଧବାର କୋର୍ଟରେ ହାଜର ହୋଇଥିବା ବେଳେ ସାକ୍ଷ୍ୟ ଦେବା ପାଇଁ ପୂର୍ବରୁ ନିର୍ଦ୍ଧରଣ ହୋଇଥିବା ସାକ୍ଷୀମାନେ କୋର୍ଟକୁ ଆସିପାରିନଥିବା ସୂଚନା ମିଳିଛି । ମାଓନେତା ସବ୍ୟସାଚୀଙ୍କ ଓକିଲ ସ୍ୱରୂପ ପାଳ କହିଛନ୍ତି, ଗଜପତି ଜିଲ୍ଲା ଦୌରାଜଜ୍ କୋର୍ଟରେ ମାଓନେତା ସବ୍ୟସାଚୀ ପଣ୍ଡା ଗତ ମଙ୍ଗଳବାର ଦିନ କୋର୍ଟ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜେଲ୍‌ରୁ ଆସି ପହଞ୍ôଚଥିଲେ । ମଙ୍ଗଳବାର ଓ ବୁଧବାର ୨ ଦିନ ମାଓନେତା ସବ୍ୟସାଚୀଙ୍କ ନାମରେ ଥିବା ମକଦ୍ଦମାରେ ସାକ୍ଷ୍ୟମାନଙ୍କୁ ପହଞ୍ଚ ସାକ୍ଷ୍ୟ ଦେବା ପାଇଁ କୋର୍ଟର ନିର୍ଦ୍ଦେଶ ଥିଲା । ହେଲେ କୌଣସି ସାକ୍ଷୀ କୋର୍ଟରେ ନ ପହଞ୍ôଚବାରୁ ସବ୍ୟସାଚୀଙ୍କୁ ପୁଣି ବ୍ରହ୍ମପୁର ଜେଲକୁ ଫେରି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ