ସାଗର ସ୍ନାନ ମେଳଣ ଗୋପ ଲୋକ ଉତ୍ସବ ଉଦଘାଟିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲାର ଗୋପ ଠାରେ ସାଗର ସ୍ନାନ ମେଳଣ ବା ଗୋପ ଲୋକ ଉତ୍ସବ ଉଦଘାଟିତ ହୋଇ ଯାଇଛି। ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକର ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥିଭାବେ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ସଭ୍ୟ ପ୍ରମୋଦ ରାୟ, ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, କମିଟି ସ୍ଥାୟୀ ସଭାପତି ଗୋପ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଢିହାରୀ, ସମ୍ପାଦକ ସତ୍ୟପ୍ରିୟ ନାୟକ, ନରେନ୍ଦ୍ର ଦାଶ, ଅଶ୍ୱିନୀ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଖଟୋଇ , ବିଭୁତି ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଂଗ୍ରାମ ଭୋଳ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଥମ ସଂଧ୍ୟା ରେ ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଛଉ ନୃତ୍ୟ ଗବେଷଣା କେନ୍ଦ୍ର ମୟୁର ଆଟ ସେଣ୍ଟର ଭୁବନେଶ୍ୱର ର କଳାକାର ମାନେ ମନମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ଅନୁଷ୍ଠାନ ର ସଭାପତି ନାଟ୍ୟକାର ବିଜୟ କୁମାର ମହାନ୍ତି ଓ ନିର୍ଦ୍ଧେଶକ ପ୍ରଦୀପ୍ତ କୁମାର ମିଶ୍ର ଙ୍କ ତତ୍ୱବଧାନ ରେ ବିଲୁପ୍ତ ପରମ୍ପରା କୁ ଉଜ୍ଜୀବିତ କରି ରାଜ୍ୟ ତଥା ରାଜ୍ୟ ବାହାରେ ଛଉ ନୃତ୍ୟ ପରିବେଷଣ କରି ଅନେକ ସୁନାମ ଅର୍ଜନ କରିଛନ୍ତି।