ସାଘାଂତିକ ଅଭିଯୋଗ କରିଲେ ଦାମ!

ବିଜେପିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ।ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ,“ମୋ ପୁଅକୁ ଟିକେଟ୍ ଲୋଭ ଦେଖାଇ ମୋ ଘର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ମୁଁ ମୋ ପୁଅଝିଅ ସହିତ କଥା ହୋଇ ବିଜେପିରେ ଯୋଗ ଦେଇଛି।”
ତେବେ ଏହା ସହିତ ସେ କହିଥିଲେ ଯେ ଆଜିକାଲିକା ପିଲାଙ୍କ କଥା କିଛି କହି ହେବନି।ଦାମ ଆହୁରି କହିଥିଲେ,“ମୋ ସହିତ ଆହୁରି ତିନି ଜଣ ବିଧାୟକଙ୍କ ଘର ଭାଙ୍ଗିବାକୁ ବି ନବୀନ ଉଦ୍ୟମ କରୁଛନ୍ତି।” କେଉଁଠାରୁ ନିର୍ବାଚନ ଲଢ଼ିବେ?
ଦାମୋଦର ପରୋକ୍ଷରେ ନିର୍ବାଚନ ଲଢ଼ିବା ନେଇ ତାଙ୍କ ଆଗ୍ରହ ପ୍ରକାଶ କରିଛନ୍ତି। ସେ ବାଲିକୁଦା-ଏରସମା ଆସନରୁ ଲଢ଼ିବାକୁ ଆଗ୍ରହୀ ଅଛନ୍ତି।ସେ କହିଛନ୍ତି,“ଏରସମା ମୋ ଜନ୍ମମାଟି। ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଆଗ୍ରହୀ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ