ସାତଦିନିଆ ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ଭାରତକୁ ସୁଯୋଗର ଉଜ୍ଜ୍ୱଳ ଦେଶ ଭାବେ ପ୍ରତିପାଦନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସାତଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଛନ୍ତି । ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମୋନ ଯାତ୍ରା ନିମନ୍ତେ ନିଜର ଆକାଶପଥ ଛାଡ଼ିବାକୁ ଭାରତର ଅନୁରୋଧକୁ ପାକିସ୍ତାନ ଅଗ୍ରାହ୍ୟ କରିଥିଲା । ନ୍ୟୁୟର୍କ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ୱଳ୍ପ ସମୟ ନିମନ୍ତେ ଜର୍ମାନିରେ ରହିବେ ।
ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ସହ ଆଲୋଚନା ବେଳେ ଉଭୟ ଦେଶ ଏବଂ ଲୋକମୋନଙ୍କର ଅଧିକ ଉପକାର ପାଇଁ ଦ୍ୱିପାକ୍ଷିକ ଆଲୋଚନାର ସମୀକ୍ଷା କରିବେ ।
ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ୍ ଫାଉଣ୍ଡେସନ୍ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ଲୋବାଲ୍ ଗୋଲକିପର୍ସ ଗୋଲ୍ସ୍ ଆୱାର୍ଡ ୨୦୧୯ ପ୍ରଦାନ କରାଯିବ । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବେ ଏବଂ ଏହି ଅବସରରେ ବିଶ୍ୱର ଅନ୍ୟାନ୍ୟ ନେତାମୋନଙ୍କୁ ଭେଟିବେ ।